ଭୁବନେଶ୍ୱର,୨୬/୨ : ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ଫାଷ୍ଟଲେଡି ଜୟଶ୍ରୀ କମ୍ଭମପାଟି ଗତକାଲି ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ରାଜ୍ୟପାଳ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି ପାଇଁ ମାଗଙ୍ଗା ଙ୍କୁ ପ୍ରାର୍ଥନା କରିଛନ୍ତି। ମହାକୁମ୍ଭ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆଧ୍ୟାତ୍ମିକତାର ପ୍ରତିଫଳନ। ଏଠାରେ ଦେଶବାସୀଙ୍କ ମଧ୍ୟରେ ଦେଖାଯାଉଥିବା ଭକ୍ତି, ଶୃଙ୍ଖଳା ଓ ସମନ୍ବୟର ଭାବନା ପ୍ରକୃତରେ ପ୍ରେରଣାଦାୟକ ବୋଲି ରାଜ୍ୟପାଳ କହିଛନ୍ତି। ପବିତ୍ର ପ୍ରୟାଗରାଜ ସଙ୍ଗମସ୍ଥଳରେ ଦେଶ ବିଦେଶର କୋଟି କୋଟି ଭକ୍ତ ଗଭୀର ବିଶ୍ୱାସ ସହିତ ଏକତ୍ରିତ ହେବା ସହ ପବିତ୍ର ନଦୀରେ ବୁଡ଼ ପକାଇଛନ୍ତି। ପ୍ରୟାଗରାଜ ରେ ସୁନ୍ଦର ଆୟୋଜନ ବ୍ୟବସ୍ଥା ପାଇଁ ରାଜ୍ୟପାଳ ଡ. କମ୍ଭମପାଟି ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।