ଭୁବନେଶ୍ୱର : (ମନୋରଞ୍ଜନ ସାମଲ): ରାଜ୍ୟ ଶିଶୁଶ୍ରମ ନିରାକରଣ ଅଭଯାନର କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ YMCA ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି ।ଉକ୍ତ ବୈଠକରେ ରଣଜିତ୍ ପଟ୍ଟନାୟକ ସଭାପତିତ୍ବ କରିଥିଲେ । ଓଡ଼ିଶାର ୨୯ ଜିଲ୍ଲାର ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଜିଲ୍ଲା ପ୍ରତିନିଧି ଆଞ୍ଚଳିକ ଆବାହକ ଏବଂ ରାଜ୍ୟ ଆବାହକ ପରିଚାଳନା ପରିଷଦର କର୍ମକର୍ତ୍ତା ଗଣ ପୂର୍ବ ରାଜ୍ୟ ଆବାହକ ଗଣ ଉପସ୍ଥିତ ରହି ଅଭିଯାନର ବର୍ତ୍ତମାନ ସ୍ଥିତି, ବର୍ତ୍ତମାନ କାର୍ଯ୍ୟପନ୍ଥା ଓ ନୂତନ କର୍ମ କର୍ତ୍ତା ଚୟନ ବିଶେଷ ଆଲୋଚନା କରିଥିଲେ । ସର୍ବ ସମ୍ମତି କ୍ରମେ ରାଜ୍ୟ ଆବାହକ, ସହ ଆବାହକ ଏବଂ ପରିଚାଳନା ପରିଷଦ ପାଇଁ ମନୋନୀତ ହୋଇଥିଲେ,
ସୁକାନ୍ତ ନାୟକ ସାହାରା ସ୍ବେଛାସେବୀ ଅନୁଷ୍ଠାନ ରାଜ୍ୟ ଆବାହକ , ରାଜ୍ୟ ସହଆବାହକ ପ୍ରଶନ୍ନ ମିଶ୍ର ଆର ଆର ଓ , ଅଖିଳ ରଞ୍ଜନ ପଣ୍ଡା, ଆଞ୍ଚଳିକ ଆବାହକ, ଦକ୍ଷିଣ ଓଡ଼ିଶା ମିନାକ୍ଷୀ ପୁରୋହିତ, ଆଞ୍ଚଳିକ ଆବାହକ ପଶ୍ଚିମ ଓଡ଼ିଶା , ଆଞ୍ଚଳିକ, ପୂର୍ବ ଓଡ଼ିଶା ଆବାହକ ନକୁଳ ଚରଣ ସ୍ୱାଇଁ , ଆଞ୍ଚଳିକ ଆବାହକ ଉତ୍ତର ଓଡ଼ିଶା ହୃଷିକେଶ ପଣ୍ଡା,ପ୍ରଦୀପ ବେହେରା ଆଦର୍ଶ ସମ୍ବଲପୁର , ଅରୁଣ ମହାନ୍ତି , ନିସ୍ଵାର୍ଥ ନୟାଗଡ଼, ଉନ୍ଦେନ୍ଦୁ ମିଶ୍ର ଶୋଭା ଢେଙ୍କାନାଳ, ବିକାଶ ମହାପାତ୍ର କଟକ, ସ୍ୱରୂପା ରାଣୀ ସାକାର ଖୋର୍ଦ୍ଧା । ପୂର୍ବ ଓ ଜାତୀୟ ଆବାହକ ରଞ୍ଜନ ମହାନ୍ତି ପିକକ୍,ପୂର୍ବ ରାଜ୍ୟ ଆବାହକ ସୁଧୀର ସାବତ ଆଇ ଏସ ଅର୍ଡି, ଗୋପାଳ କୃଷ୍ଣ କର, ଉମେଶ ପୁରୋହିତ ଓ ବିନାୟକ ସ୍ଵାଇଁ। ଗୃହରେ
ଅଭିଯାନର ଭବିଷ୍ୟତ କାର୍ଯକ୍ରମ ଆଲୋଚନା କରାଯାଇଥିଲା। ଜିଲ୍ଳା ସ୍ତରରେ ସଭ୍ୟ ଗ୍ରହଣ, ଆଞ୍ଚଳିକ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆଲୋଚନା କରାଯାଇଥିଲା । ରାଜ୍ୟ ଆବାହକ ସୁକାନ୍ତ ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।