ଭୁବନେଶ୍ୱର : ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି। ସୋମବାର ରାଜ୍ୟର ୫ଟି ସହରରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୪୩.୫ ଡିଗ୍ରୀ ସେଲସିୟସ ତାପମାତ୍ରା ସହିତ ବୌଦ୍ଧ ସହର ସବୁଠାରୁ ଉତପ୍ତ ସହର ଭାବରେ ଉଭା ହୋଇଛି। ରବିବାର ଭଳି ଆଜି ମଧ୍ୟ ବୌଦ୍ଧ ଦେଶର ସର୍ବାଧିକ ଉତପ୍ତ ସହର ଭାବେ ଗଣା ହୋଇଛି।
ପାଣିପାଗ ବିଭାଗ ଅନୁଯାୟୀ, ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ୍ ଥିବା ବେଳେ ଦ୍ୱିତୀୟ ସ୍ଥାନରେ ବରଗଡ଼ ରହିଛି। ବରଗଡ଼ରେ ୪୨ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଅନୁଗୁଳର ତାପମାତ୍ରା ୪୦.୭ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ର ୪୦.୫ ଡିଗ୍ରୀସେଲସିୟସ୍ ଏବଂ ମାଲକାନଗିରିର ୪୦.୨ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଭୁବନେଶ୍ୱରରେ ୩୬.୭ ଏବଂ କଟକ ୩୭ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।