ଭୁବନେଶ୍ୱର : ରାଜ୍ୟରେ ବର୍ଷକୁ ବର୍ଷ ହେନ୍ତାଳ ବନ ପରିମାଣ ବୃଦ୍ଧି ପାଉଥିବାବେଳେ ଶେଷଥର ପାଇଁ ୨୦୨୩ ରେ ହୋଇଥିବା ଆକଳନ ଅନୁଯାୟୀ ମୋଟ ୨୫୯ ବର୍ଗ କିଲୋମିଟରର ହେନ୍ତାଳ ବନ ରହିଛି । ୨୦୧୩ମସିହାରେ ଏହା ୨୧୩ ବର୍ଗ କିଲୋମିଟର ରହିଥିଲା ।
ହେନ୍ତାଳ ବନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ଜାତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରତି ଦୁଇ ବର୍ଷରେ ଥରେ ଇଣ୍ଡିଆନ ଷ୍ଟେଟ ଅଫ ଫରେଷ୍ଟ ରିପୋର୍ଟ ପ୍ରକାଶ ପାଇଥାଏ । ୨୦୨୩ ମସିହାରେ ଶେଷଥର ପାଇଁ ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ହେନ୍ତାଳବନର ପରିମାଣ ୨୫୯ ବର୍ଗ କିଲୋମିଟର ରହୁଛି ।
ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪-୧୫ ଆର୍ଥିକ ବର୍ଷ ଠାରୁ ବର୍ତମାନ ସୁଦ୍ଧା ରାଜ୍ୟରେ ୨୮୪୯ ହେକ୍ଟର ଜମିରେ ହେନ୍ତାଳବନ ସୃଷ୍ଟି କରାଯାଇଛି । ଏଥିପାଇଁ ୧୫୦୦.୨୯୧୭୬ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ବାଲେଶ୍ୱର, ଭଦକ୍ର, ଜଗତସିଂହପୁର, କେନ୍ଦ୍ରାପଡା ପୁରୀ ଜିଲ୍ଲାରେ ଏହି ହେନ୍ତାଳବନ ସୃଷ୍ଟି ହୋଇଥିବା ମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି ।
ଭୁବନେଶ୍ୱର : ରାଜ୍ୟରେ ଗତବର୍ଷ ମାର୍ଚ୍ଚ ସୁଦ୍ଧା ଇଏସଆଇ ଯୋଜନାରେ ଥିବା ବୀମାକୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୯ଲକ୍ଷରୁ ଅଧିକ ଥିବାବେଳେ ସେମାନଙ୍କ ନିଯୁକ୍ତି ଦାତାଙ୍କ ସଂଖ୍ୟା ୫୨ହଜାରରୁ ଅଧିକ ରହିଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ମନ୍ତ୍ରୀ ତାଙ୍କ ଉତରରେ ଦର୍ଶାଇଛନ୍ତି ଯେ ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ରାଜ୍ୟରେ ଇଏସଆଇ ଯେଜାନାରେ ବୀମାଭୁକ୍ତ ବ୍ୟକ୍ତିଙ୍କ ସଂଖ୍ୟା ୯,୮୨,୩୯୦ ଥିବାବେଳେ ସେମାନଙ୍କ ନିଯୁକ୍ତିଦାତାଙ୍କ ସଂଖ୍ୟା ୫୨,୫୪୧ ରହିଥିଲା । ଭବିଷ୍ୟନିଧି ସଂଗଠନ ଠାରୁ ପ୍ରାପ୍ତ ତଥ୍ୟ ଅନୁଯାୟୀ କୌଣସି ଶିଳ୍ପାନୁଷ୍ଠାନ/ବ୍ୟବସାୟ ଅନୁଷ୍ଠାନରେ ୨୦ବର୍ଷ ବା ତଦୁର୍ଦ୍ଧ କାର୍ଯ୍ୟରତ ଶ୍ରମିକ ଥାନ୍ତି ଏବଂ ସେମାନଙ୍କର ମାସିକ ଦରମାର ୧୫ହଜାର ଟଙ୍କା ତାହାଠାରୁ କମ ଥାଏ ସେମାନେ ଇପିଏପ ଆଇନ ୧୯୫୨ ଅନୁଯାୟୀ ପଞ୍ଜିକୃତ ହୋଇଥାନ୍ତି ।
ତେବେ ଇଏସଆଇ ଆଇନ ୧୯୪୮ ଅନୁସାରେ ୧୦ କିମ୍ବା ତାହାଠାରୁ ଅଧିକ ବ୍ୟକ୍ତିଙ୍କୁ ନିୟୋଜି କରୁଥିବା କାରଖାନା/ପ୍ରତିଷ୍ଠାନରେ କାର୍ଯ୍ୟରତ ଶ୍ରମିକ ଯେଉଁମାନଙ୍କ ମାସିକ ଦରମା ୨୧ହଜାର ଟଙ୍କା (ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ୨୫ହଜାର) ଠାରୁ କମ ହୋଇଥାଏସେହି କର୍ମଚାରୀମାନଙ୍କୁ କର୍ମଚାରୀ ରାଜ୍ୟ ବୀମା ନିଗମ, ଭୁବନେଶ୍ୱର ଦ୍ୱାରା ବୀମାଭୁକ୍ତ କରାଯାଇଥାଏ ।










































