ବୌଦ୍ଧ:- ବୌଦ୍ଧ ଜିଲ୍ଲା ସଦର ବ୍ଲକ ପାଲଝାରସ୍ଥିତ ଜାତୀୟ ଉଦ୍ୟାନ କୃଷି ଗବେଷଣା କେନ୍ଦ୍ରଠାରେ କୃଷି ବୈଜ୍ଞାନିକ ତପନ କୁମାର ଦାସଙ୍କ ଅଧ୍ୟକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜିଲ୍ଲାର ଅଗ୍ରଣୀ କୃଷକ ଉତ୍ପାଦକ କମ୍ପାନୀମାନଙ୍କ ନିର୍ଦ୍ଦେଶକ ଓ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀମାନଙ୍କୁ ନେଇ ଦକ୍ଷତା ବିକାଶ ନିମନ୍ତେ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ବିଭାଗୀୟ ଅଧିକାରୀମାନେ ଯୋଗଦେଇ ଅଂଶ ଗ୍ରହଣକାରୀମାନଙ୍କ ଦକ୍ଷତା ବୃଦ୍ଧି ସହିତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ l ଶିବିରରେ ଆଲୋଚକ ଭାବରେ ନାବାର୍ଡ ଡି.ଡି.ଏମ ଡ଼ଃ ସତ୍ୟ ସ୍ୱରୂପ ବିଦାନ୍ତ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଯୋଗେନ୍ଦ୍ର କୁମାର ମହାପାତ୍ର, ଅଗ୍ରଣୀ ବ୍ୟାଙ୍କ ଅଧିକାରୀ ଡ଼ମ ବସ୍କୋ, ମିଶନ ଶକ୍ତି ଜିଲ୍ଲା ସଂଯୋଜକ ରଶ୍ମି ରଞ୍ଜନ ସେଠୀ, ବ୍ଲକ କୃଷି ଅଧିକାରୀ ମଧୁସୂଦନ ପାତ୍ର, ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ଃ ରୁଥ ଡୁଙ୍ଗ ଡୁଙ୍ଗଙ୍କ ସମେତ କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ଃ ସସ୍ମିତା ପାଲ, ଡ଼ଃ ମୟୂରୀ ସିଂ ସର୍ଦାର, ଡ଼ଃ ସମାପିକା ଦଳେଇ ପ୍ରମୁଖ ଯୋଗଦେଇଥିଲେ l କୃଷକମାନଙ୍କ ଆୟକୁ ବହୁ ଗୁଣିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଜ୍ଞାନ କୌଶଳ ତାଲିମ ସହିତ ବାହାର ରାଜ୍ୟକୁ ପରିଦର୍ଶନ ନିମନ୍ତେ ଅର୍ଥ ବ୍ୟବସ୍ଥା କରିଥିବା ବେଳେ ଚାଷୀମାନଙ୍କ ଚାଷ ନିମନ୍ତେ ଠିକ ସମୟରେ ସାର, ଔଷଧ, ବିହନ ଯୋଗାଇ ଦେବା ସହିତ ଉତ୍ପାଦିତ ଦ୍ରବ୍ୟକୁ ପ୍ରକ୍ରିୟାକରଣ କରି ଦେଶ ଏବଂ ଦେଶ ବାହାରକୁ ରପ୍ତାନି କରି ଅଧିକ ଲାଭବାନ ହୋଇପାରିବେ l ବିଭିନ୍ନ ଆଲୋଚନାରେ ସୀତାକାନ୍ତ ସାହୁ, କୃତ୍ତିବାସ ପଲିଆ, ଜ୍ୟୋତି ରଞ୍ଜନ ପ୍ରଧାନ, ପ୍ରମୁଖ ଭାଗ ନେଇଥିଲେ l










































