ନୂଆଦିଲ୍ଲୀ, ୧୨ ମାର୍ଚ୍ଚ – ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଏମ୍ସରୁ ଡିସଚାର୍ଜ କରାଯାଇଛି । ବୁଦବାର ଏମ୍ସ ଦ୍ୱାରା ଜାରି ବୟାନରେ କୁହାଯାଇଛି ଯେ, ଉପରାଷ୍ଟ୍ରପତି ଜଗଦୀନ ଧନଖଡଙ୍କୁ ହାର୍ଟ ସଂପର୍କିତ ରୋଗ କାରଣରୁ ମାର୍ଚ୍ଚ ୯ରେ ଏମ୍ସରେ ଭର୍ତ୍ତି କରାଯାଇଥିଲା ।
ଏମ୍ସରେ ଚିକିତ୍ସା ଟିମ୍ ଦ୍ୱାରା ଆବଶ୍ୟକ ଦେଖାଶୁଣା ପରେ ତାଙ୍କ ସ୍ଥିତିରେ ସନ୍ତୋଷଜନକ ସୁଧାର ଆସିଛି ଏବଂ ମାର୍ଚ୍ଚ ୧୨କୁ ତାଙ୍କୁ ଛୁଟି ମିଳିଛି । ତାଙ୍କୁ ଆସନ୍ତା କିଛିଦିନ ଯାଏ ପର୍ଯ୍ୟାପ୍ତ ଆରାମ କରିବାକୁ ପରାମର୍ଶ ଦିଆଯାଇଛି ।