ନୂଆଦିଲ୍ଲୀ ୯ ମାର୍ଚ୍ଚ – ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ରବିବାର ସକାଳେ ଦିଲ୍ଲୀ ଏମ୍ସର ହାର୍ଟ ବିଭାଗରେ ଭର୍ତ୍ତି କରାଯାଇଛି । ଉପରାଷ୍ଟ୍ରପତିଙ୍କୁ ସକାଳେ ଅସୁସ୍ଥ ଲାଗିବା ସହ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏମ୍ସ ହସ୍ପିଟାଲ ମୁତବକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ଏବଂ ତାଙ୍କ ଉପରେ ନଜର ରଖାଯାଇଛି ।
୭୩ ବର୍ଷୀୟ ଧନଖଡଙ୍କର ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା । ଧନଖଡଙ୍କୁ ଏକ୍ସର କାର୍ଡିଓଲୋଜି ବିଭାଗର ମୁଖ୍ୟ ଡ.ରାଜୀବ ନାରଂଗଙ୍କ ତଦାରଖରେ କ୍ରିଟିକାଲ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ଥିତି ଉପରେ ନଜର ରଖିଛନ୍ତି ।
https://x.com/narendramodi/status/1898657638998544572
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ସଂସ୍ଥାନ(ଏମ୍ସ) ଯାଇ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏଥିସହ ମୋଦୀ ଏକ୍ସ ରେ ଏକ ଟ୍ୱିଟ୍ କରି ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।