ବୌଦ୍ଧ, (ସର୍ବେଶ୍ୱର କ୍ଷେତି): ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ଆଳତୀ ଘାଟ ପରିସରରେ ଯୋଗାସନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଓ ପ୍ରାଣାୟାମ ପ୍ରଦର୍ଶନ କରିଥିଲେ l ସବ ଜୁନିଅର ମଧ୍ୟରେ କେନ୍ଦ୍ରୀୟ ବିଦ୍ୟାଳୟର ଅଭିପ୍ସା ପ୍ରିୟଦର୍ଶିନୀ ପ୍ରଥମ, ଯୋଗିନ୍ଦ୍ର ଦେବ ବିଦ୍ୟାଳୟର ଅମ୍ରିତ ବେହେରା ଦ୍ଵିତୀୟ, ଜବାହର ନବୋଦୟ ବିଦ୍ୟାଳୟର ଯାଜ୍ଞଶ୍ରୀ ଜଗଦଲା ତୃତୀୟ, ଜୁନିଅରସ୍ତରରେ ଜବାହର ନବୋଦୟ ବିଦ୍ୟାଳୟର ଶ୍ରାବଣୀ ସେଠୀ ପ୍ରଥମ, ସେଣ୍ଟ ଜାଭିୟର୍ସ ବିଦ୍ୟାଳୟର ଶୁଭଶ୍ରୀ ମେହେର ଦ୍ଵିତୀୟ, କେନ୍ଦ୍ରୀୟ ବିଦ୍ୟାଳୟର ଦୁର୍ଲଭ ଚୌଧୁରୀ ତୃତୀୟ, ସିନିୟରସ୍ତରରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ମିନତୀ ମହାରଣା ପ୍ରଥମ, ମଡେଲ ଡିଗ୍ରୀ ମହାବିଦ୍ୟାଳୟର ସାଇ ପ୍ରତୀକ ବେହେରା ଦ୍ଵିତୀୟ, ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଦେବାଶିଷ ମିଶ୍ର ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ବିଚାରକ ଭାବେ ନଟବର ଅଗ୍ରୱାଲା, ଦିଲ୍ଲୀପ କୁମାର ଚୌଧୁରୀ, ସୂର୍ଯ୍ୟ ନାରାୟଣ ପଣ୍ଡା, ବିକାଶ ଅଗ୍ରୱାଲା, ଦେବାଶିଷ ପୁରୋହିତ ଯୋଗଦାନ କରିଥିଲେ l ପତଞ୍ଜଳି ପରିବାର ତରଫରୁ ଭଲ ଯୋଗ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁସ୍ତକ ପ୍ରଦାନ କରାଯାଇଥିଲା l ଉକ୍ତ ପ୍ରତିଯୋଗିତାକୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂ ଓ ଅକ୍ଷୟ ମହାକୁଡ ପରିଚାଳନା କରିଥିଲେ l