ବୈପାରୀଗୁଡା୩୦/୦୬(ଇନ୍ଦ୍ର କୁମାର ପାଙ୍ଗି):କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ କୋଲାର ପଞ୍ଚାୟତ ହୁଡ଼ିଗୁଡା ଗ୍ରାମର ବିଧବା ମହିଳା ଗୁରୁବାରୀ ନାୟକଙ୍କ ଘର ଉପରେ ମଧ୍ୟ ରାତିରେ ଗଛପଡି ଭାଙ୍ଗିଲା ଘର ! ସ୍ବର୍ଗତ ପୀତବାସ ନାୟକଙ୍କ ସ୍ତ୍ରୀ ଗୁରୁବାରୀ ନାୟକ ଏବଂ ୪ଜଣ ଝିଅ ଏକାଠି ହୋଇ ଶୋଇଥିବା ସମୟରେ ଲଗୁଚାପ ଜନିତ ବର୍ଷା ଏବଂ ପବନ ହେବାରୁ ଘର ପାଖରେ ଥିବା ଏକ ଗଛ ଗୁରୁବାରୀଙ୍କ ଘର ଉପରେ ଭାଙ୍ଗି ପଡିଥିଲା ଯାହା ଦ୍ୱାରା ଗୁରୁବାରୀଙ୍କ ଗୋଡ଼ରେ ଆଘାତ ହୋଇଥିଲା କିନ୍ତୁ ଅଳ୍ପକେ ବର୍ତ୍ତିଥିଲେ ଚାରି ଝିଅ ! ଘର ଉପରେ ଗଛ ପଡିଯିବାରୁ ଜୀବନ ବଞ୍ଚେଇବା ବିକଳରେ ଚିଲେଇଥିଲେ ଏନେଇ ସ୍ଥାନୀୟ ପଡୋଷୀ ଲୋକ ଜାଣିବା ପରେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରିଥିଲେ ! ଏବିଷୟ ଖବର ପାଇଁ କୋଲାର ପଞ୍ଚାୟତର ନାୟବ ସରପଞ୍ଚ ରାମ ବାରିକ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ଆହତଙ୍କ ପରିବାରଙ୍କ ସହ ଆଲୋଚନା କରିବା ସହ ବୈପାରୀଗୁଡା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ! ଖବର ପାଇବା ପରେ ବୈପାରୀଗୁଡା ଅଗ୍ନିଶମ ଅଧିକାରୀ ସୁକାନ୍ତ ପ୍ରଧାନଙ୍କ ନିର୍ଦେଶରେ ଏକ ଟିମ ଘଟଣା ସ୍ଥଳରେ ପହଞ୍ଚି ଗଛ କାଟି ସଫା କରିବା ସହ ପରିବାରକୁ ସନ୍ତାନ ଦେଇଥିଲେ ! ଗରିବ ବିଧବା ମହିଳାଙ୍କ ଘର ଉପରେ ତେନ୍ତୁଳିଗଛ ପଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ତେଣୁ ବିଧବା ପରିବାରଙ୍କୁ ସହାୟକର ହାତ ବଢେଇବାକୁ ବିଭିନ୍ନ ମହଲରୁ ସରକାରଙ୍କୁ ଦାବି ହୋଇଛି !