ଭବାନୀପାଟଣା, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜ଼ିଲ୍ଲା ଭବାନୀପାଟଣା ବ୍ଲକ ରିସିଗାଁ ଗ୍ରାପର ମୁଣ୍ଡାପଳା ର ସତର ଜଣ ଆଦିବାସୀ ଆଜିକୁ ପ୍ରାୟ ପନ୍ଦର ବର୍ଷ ହେଲା ଜଙ୍ଗଲ ଅଧିକାର ଆଇନ -୨୦୦୬ ରେ ଉକ୍ତ ଗ୍ରାମର ସୁମନ୍ତ ମାଝୀ, ମଦନ ମାଝୀ, ଜୟ ମାଝୀ, ଟିକନୁ ମାଝୀ, ସୁରେନ୍ଦ୍ର ମାଝୀ, ସାନ କୁମାର ମାଝୀ, ସାଦୀଙ୍ଗ ମାଝୀ, ରାମ ମାଝୀ, ଲଖଣ ମାଝୀ (କ) ଲଖଣ ମାଝୀ (ଖ) କୁଆଁରା ମାଝୀ, ଟିଂକୁ ମାଝୀ, ଜୟ ମାଝୀ, ରାଜୁ ମାଝୀ ପ୍ରମୁଖ ଶିରୋନାମା ପାଇ ଚାଷ ବାସ କରି ନିଜର ଗୁଜୁରାଣ ମେଣ୍ଟାଉ ଅଛନ୍ତି। ବିଡମ୍ବନାର ବିଷୟ ଏହି କି ଯେ ଚଳିତ ବର୍ଷ ଚାଷ କରିବା ସମୟ ରେ ଫରେଷ୍ଟ ଗାର୍ଡ ମିନା ନାଏକ ଆଦିବାସୀ ମାନଙ୍କୁ ତାଙ୍କ ଜମିରେ ଚାଷ କରିବାକୁ ମନା କରିଛନ୍ତି। ଏହାର ପ୍ରତିବାଦରେ ମୁଣ୍ଡାପଲ ଜ଼ଙ୍ଗଲ ଅଧିକାର କମିଟି ଆଜି ଉତ୍ତର ବନ ଖଣ୍ଡ ଅଧିକାରୀ ରମେଶ କୁମାର ବିଷ୍ଣୋଇଙ୍କୁ ନିଜ ଅଭିଯୋଗ ପତ୍ର ଦାଖଲ କରିବା ସହ ଏହାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଡ଼ି ଏଫ ଓ ବିଷ୍ଣୋଇ ତଦନ୍ତ କରିବାକୁ ପ୍ରତିଶୃତି ଦେଇଛନ୍ତି। ଅପର ପକ୍ଷେ ଜଙ୍ଗଲ ଜମି ଶିରୋନାମା ପାଇଥିବା ବ୍ୟକ୍ତି ଙ୍କୁ ଯଥା ଶୀଘ୍ର ରାଜସ୍ୱ ପଟ୍ଟା ପ୍ରଦାନ ପାଇଁ ସରକାରୀ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉନାହିଁ। ଏହି ମୁଣ୍ଡା ପଳା ଜଙ୍ଗଲ ଅଧିକାର କମିଟିର ସତର ଜଣଙ୍କ ଶିରୋନାମାକୁ ରାଜସ୍ବ ପଟ୍ଟା କରିବା ପାଇଁ ବିଗତ ଅକଟୋବର ମାସ ଠାରୁ ତହସିଲଦାର କଳାହାଣ୍ଡିଙ୍କ ପାଖରେ ଫାଇଲ ପଡିଛି ଯେ ଏଯାଏ କାର୍ଯ୍ୟିକାରୀ ହେଉନାହିଁ। ସରକାର ଆଦିବାସୀ ମାନଙ୍କ ଅଧିକାର କଥା କହୁଥିଲା ବେଲେ ବିଭାଗୀୟ ଅଧିକାରୀ ମାନେ ସରକାରୀ ନିର୍ଦ୍ଦେଶ ନାମା କୁ ଫୁ କରୁଛନ୍ତି। ଏଠାରେ ଜ଼ିଲ୍ଲା ସ୍ତରୀୟ ଜ଼ଙ୍ଗଲ ଅଧିକାର କମିଟିର ଭୂମିକା ମଧ୍ୟ ସନ୍ଦେହ ଜନକ। ଉଚିତ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନ ହେଲେ ଜ଼ିଲ୍ଲା ପାଳ କାର୍ଯ୍ୟାଳୟ ରେ ଧାରଣା ଦେଵାକୁ ସୁରେନ୍ଦ୍ର ମାଝୀ ସାଦୀଙ୍ଗ ମାଝୀ ପ୍ରମୁଖ ଜ଼ିଲ୍ଲା ପ୍ରଶାସନଙ୍କୁ ଚେତାବନୀ ଦେଇଛନ୍ତି। ଏହି ଦାବୀ ଦେବା ସମୟରେ ଆଇନ ଜୀଵୀ ସଂଜୀବ କୁମାର ଶତପଥି ଉପସ୍ଥିତ ରହି ଆଲୋଚନା କରିଥିଲେ।