ଭୁବନେଶ୍ୱର : ବିଶ୍ୱ ଐତିହ୍ୟ ଦିବସର ଶୁଭକାମନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସନାତନ ସ୍ମାରକ ଏବଂ ପୌରାତତ୍ତ୍ୱିକ ସ୍ଥଳୀଗୁଡ଼ିକ ଆମର ବିଭୂତିମୟ ଇତିହାସର ଗର୍ବିତ ସ୍ମୃତିଚିହ୍ନ ଭାବେ ଦୃଢ଼ ଭାବରେ ଦଣ୍ଡାୟମାନ ରହିଛି । ଆନ୍ତର୍ଜାତୀୟ ସ୍ମାରକ ଏବଂ ଐତିହ୍ୟ ସ୍ଥଳୀ ଦିବସରେ ଆସନ୍ତୁ, ଏହି ସନାତନ ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ପାଳନ କରିବା ପାଇଁ ପ୍ରତିଶ୍ରୁତି ନେବା ।