ବୈପାରୀଗୁଡା୧୯/୦୯(ଇନ୍ଦ୍ର କୁମାର ପାଙ୍ଗି): ଲଗାଣ ବର୍ଷାରେ ଭାଙ୍ଗିଥିବା କଲଭର୍ଟକୁ ପଞ୍ଚାୟତ ଦ୍ୱାରା ମରାମତି କରାଯାଇଥିଲା । କିନ୍ତୁ ମରାମତି କରିବାର ସପ୍ତାହେ ନ ପୁରୁଣୁ ଯାନବାହାନ ଯିବା ତ ଦୂରର କଥା ଲୋକ ମଧ୍ୟ ଚାଲିକି ଯାଇ ପାରୁନଥିବା ଅବିଯୋଗ କରିଛନ୍ତି ପଞ୍ଚାୟତବାସୀ ! ଏପରି ଦୁଃଖ ଓ ପ୍ରତାରଣାର ବାସ୍ତବ ଚିତ୍ର ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ଉପାନ୍ତ ଅଞ୍ଚଳ ଦଣ୍ଡାବାଡି ପଞ୍ଚାୟତ ସଦର ମହୁକୁମାରୁ ପଣସପୁଟ ଯିବା ରାସ୍ତା ଠାରେ । ଗତ ୨୫ ଓ ୨୬ ତାରିଖରେ କୋରାପୁଟ ଜିଲ୍ଲାରେ ପ୍ରବଳ ଲଗାଣ ବର୍ଷା ହୋଇଥିଲା ଓ ବର୍ଷା ହେବା ଯୋଗୁ ନିମ୍ନ ମାନର ପୋଲ ସବୁ ସମ୍ପୂର୍ଣ ଭାଙ୍ଗିପଡ଼ିଥିଲା ତ ଆଉ କେଉଁଠି ନିମ୍ନ ମାନର ରାସ୍ତା ଧୋଇଯାଇଥିଲା ! ଦଣ୍ଡାବାଡି ଗ୍ରାମରୁ ଚିପାକୁର ଯିବା ରାସ୍ତାକୁ ବନ୍ୟାପାଣି ଆସି ସମ୍ପୂର୍ଣ ଭାଙ୍ଗି ଦେଇଥିଲା ଯାହା ଫଳରେ କି ୨୫ ରୁ ଉର୍ଦ୍ଧ୍ବ ଗ୍ରାମବାସୀଙ୍କ ଯାତାୟାତ ସମ୍ପୂର୍ଣ ଠପ ହୋଇଯାଇଥିଲା । ପିଡ଼ିଏସ ଚାଉଳ, ଭତ୍ତା, ଶିକ୍ଷା, ସ୍ୱାସ୍ଥ୍ୟସେବା ପାଇଁ ମେଡିକାଲକୁ ଯିବାକୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିଲେ ଅଞ୍ଚଳବାସୀ । ତେଣୁ ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ ସରପଞ୍ଚ ଓ ୱାର୍ଡ ମେମ୍ବର ନିଜସ୍ୱ ଖର୍ଚ୍ଚରେ ଭାଙ୍ଗିଥିବା କଳଭର୍ଟ ଓ ରାସ୍ତାଟିକୁ ମରାମତି କରିଥିବା ନେଇ ଡିଣ୍ଡିମ ପିଟୁଥିବା ବେଳେ, ରାସ୍ତା ମରାମତିର ସପ୍ତାହେ ନ ପୂରୁଣୁ ପୁ’ଣି ଲୋକଙ୍କ ଯାତାୟାତରେ ବାଧା ସୃଷ୍ଟି ହେଉଥିବା ଯୋଗୁ ଲୋକଙ୍କ ମନରେ ଅସନ୍ତୁଷ୍ଟ ଦେଖିବାକୁ ମିଳିଛି ! ଲଗାତାର ୩ବର୍ଷ ଧରି ବର୍ଷା ଦିନରେ ଏମିତି ହିନସ୍ଥା ଭୋଗୁଥିବା ଯୋଗୁଁ ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନଙ୍କ କାର୍ଯ୍ୟକଳାପ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ଅଞ୍ଚଳବାସୀ !ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମିଳିଭଗତରେ ନିମ୍ନ ମାନର କାମ କରି ମାଲେମାଲ ହେଉଛନ୍ତି ବୋଲି ଆଲୋଚନା ଚାଲିଛି ! ତେଣୁ “ବାଡ଼ ଯଦି ଫସଲ ଖାଇବ ତେବେ କେମିତି ଆସିବ ଆଛା ଦିନ୍” ! ଯଥାଶୀଘ୍ର ଡବଲ ଇଞ୍ଜିନ ସରକାର ଏଦିଗରେ ଦୃଷ୍ଟି ଦେଇ ଲୋକଙ୍କ ଯାତାୟାତ ପାଇଁ ନୂତନ ଭାବରେ ରାସ୍ତା ତିଆରି କରିବାକୁ ଦାବି କରିଛନ୍ତି ପଞ୍ଚାୟତବାସୀ !