ରାଜନଗର, ୨୨।୧୦ : ରାଜନଗର ବ୍ଲକ ବାଲିସାହି ପାଟଣା ପଞ୍ଚାୟତରେ ସମିତି ସଭ୍ୟ ପ୍ରଶାନ୍ତ କୁମାର ରାଉତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହି ପଞ୍ଚାୟତର ମଧୁପୁର ଗ୍ରାମର ମାଧବେଶ୍ବର ଶିବ ମନ୍ଦିର ପରିସରର, ବାଲିସାହିପାଟଣା ମା ଥାନପତି ନିକଟ , ଚମ୍ପାଦିଆ ଗ୍ରାମ ସିଦ୍ଧେଶ୍ଵର ଶିବ ମନ୍ଦିର ପରିସର ଓ ପୋଖରିଆ ବିଶେଶ୍ୱର ଶିବ ମନ୍ଦିର ପରିସର ରେ ହାଇମାକ୍ସ ଲାଇଟ ସ୍ଥାପନ ସହ ବିଶେଶ୍ବର ମନ୍ଦିର ନିକଟ ରେ କମୁନିଟି ସେଣ୍ଟର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଦାମୋଦର ବିଶ୍ଵାଳ, ଯୁବ ନେତା ସୁଶୀଲ କୁମାର ପ୍ରଧାନ, ରଞ୍ଜନ କୁମାର ପ୍ରଧାନ, ବିଶ୍ୱ ରଞ୍ଜନ ଜେନା , ବିଭୂତି ଭୂଷଣ ଜେନା , ପଞ୍ଚାୟତ ମୁରବି କାମିନି ରଞ୍ଜନ ଜେନା ବୈକୁଣ୍ଠନାଥ ପରିଡା କାଲୁ ବଳ ସଚିଦାନନ୍ଦ ବଳ, ନାରାୟଣ ଭୂୟାଁ, ବସନ୍ତ କୁମାର ନାୟକ, ବିକାଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।










































