ଯାଜପୁର ୨୨.୧୦ – (ସାଇ ରଞ୍ଜନ ରାଉଳ )ଆରମ୍ଭ ହୋଇଛି ଯାଜପୁର ର ଗଣପର୍ବ କାଳୀପୂଜା । ଯାଜପୁର ସହରରେ ବଡ ଧୁମଧାମରେ ପାଳିତ ହେଉଛି କାଳୀପୂଜା । ଗତକାଲି ବିଳମ୍ବିତ ରାତ୍ରିରେ ମାଙ୍କ କଳସ ଯାତ୍ରା ଓ ଚକ୍ଷୁଦାନ ପରେ ନିଶାର୍ଦ୍ଧ ପୂଜା କରାଯାଇଥିଲା । ସହରରେ ମୋଟ ୪୨ ଟି ମଣ୍ଡପରେ କାଳୀ ଓ ଲଷ୍ମୀନାରାୟଣ ପୂଜା ପାଉଥିବା ବେଳେ ୧୮ ଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ୨୪ ଟି ମଣ୍ଡପରେ ଲକ୍ଷ୍ମୀନାରାୟଣ ପୂଜା ପାଉଛନ୍ତି । ପ୍ରତ୍ୟେକ ପୂଜା ମଣ୍ଡପକୁ ସୁନ୍ଦର ଆଲୋକ ମାଳାରେ ସଜ୍ଜିତ କରାଯାଇଛି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ସହରରେ ଲାଗି ରହିବ ପ୍ରବଳ ଭିଡ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । କାଳୀ ପୂଜାକୁ ଯାଜପୁର ଗଣପର୍ବ ଭାବେ ମାନ୍ୟତା ମିଳିଛି । ଏଥିପାଇଁ ଯାଜପୁର ସହର ବେଶ ଉତ୍ସବ ମୁଖର ହୋଇଉଠିଛି । ସବୁଠି ସୁଉଚ୍ଚ ତୋରଣ ଏବଂ ସୁନ୍ଦର ଆଲୋକ ମାଳାରେ ଝଲସି ଉଠୁଛି ପୁରା ସହର । ବିଳମ୍ବିତ ରାତ୍ରିରେ ମାଙ୍କ ପୂଜା ଆରମ୍ଭ ହୋଇଛି । ନିଶାର୍ଦ୍ଧରେ ଏହି ପୂଜା ଆରମ୍ଭ ହୋଇ ଚଣ୍ଡିପାଠ ଓ ସହସ୍ର ନାମ ଯଜ୍ଞ ଚାଲିଛି । ଯାଜପୁର ରେ କେବଳ ୪୨ଟି ପୂଜା ମଣ୍ଡପରେ ମା କାଳୀ ଓ ଲକ୍ଷ୍ମୀନାରାୟନ ପୂଜା ପାଉଛନ୍ତି । ପୂଜାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ଆୟୋଜକ ମାନଙ୍କ ମଧ୍ୟରେ ବିଶେଷ ପ୍ରସ୍ତୁତି କରାଯାଇଛି। ଯାଜପୁର ସହରର କିଆନାଳୀ ଛକ, ହରପାର୍ବତି ଛକ, ବଡବଜାର, ଗରିଆପୁର, ନାରାୟଣ ଛକ, ମଠ, ହାବେଳି ବଜାର, ଅମ୍ବିକାଇ, କଚେରୀ, ଟାଉନହଲ ଓ ମେଡିକାଲ ଆଦି ଛକରେ ବଡ ଧୁମଧାମରେ ଏହି କାଳୀପୂଜା ପାଳନ ହେଉଛି । ପ୍ରତ୍ୟେକ ପୂଜା ମଣ୍ଡପ ପକ୍ଷରୁ ସୁଦୃଶ୍ୟ ତୋରଣରେ ସଜାଯାଇଛି । ଆଗାମୀ ୧୦ ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ବିଭିନ୍ନ ସାସ୍କୃଂତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ସାମିଲ ହେବେ । ଚଳିତ ବର୍ଷ ସହରରେ ଡିଜେ ବାଜିବା ଏବଂ ମଦ କାରବାର ଉପରେ ସଂପୁର୍ଣ୍ଣ ରୋକ ଲଗାଇଛି। ସଂଧ୍ୟା ସମୟରେ ଭିଡକୁ ଦୃଷ୍ଟିରେ ରଖି ସହରରକୁ ଭାରି ଯାନ ଏବଂ ୪ ଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି ।










































