କଣ୍ଟାମାଳ (ସର୍ବେଶ୍ୱର କ୍ଷେତି): କଣ୍ଟାମାଳ ବ୍ଲକ ଅନ୍ତର୍ଗତ ଦମାମୁଣ୍ଡା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୋଗ ଏବଂ ବିଭିନ୍ନ ଖେଳକୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ ଯୋଗ ଦେଇଥିଲେ l ଉଦଯାପନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିଲେ l ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଭିନ୍ନ ଖେଳକୁଦ ପ୍ରତିଯୋଗିତାକୁ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଆନନ୍ଦ କୁମାର ବେହେରା ଓ ଅନ୍ୟ କ୍ରୀଡା ଶିକ୍ଷକମାନେ ପରିଚାଳନା କରିଥିବା ବେଳେ ଅତିଥିମାନଙ୍କ ଦ୍ବାରା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା l










































