ମାଲକାନଗିରି (ସତ୍ୟ ନାରାୟଣ ଦାଶ): ମାଲକାନଗିରି ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ପ୍ରାୟ ୬୦ କିଲୋ ହାଶିସ୍ ତରଳ ଗଂଜା ଜବତ କରିଥିବା ରବିବାର ସନ୍ଧ୍ୟା ସମୟରେ ମାଲକାନଗିରି ଜିଲ୍ଲା ଆରକ୍ଷୀ କାର୍ଯ୍ୟଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ସୂଚନା ଦେଇଛନ୍ତି। ସୂଚନା ଅନୁଯାଇ ଚିତ୍ରକୋଣ୍ଡା ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲେ ଯେ ୮ ଜଣ ବ୍ୟକ୍ତି ସେମାନଙ୍କର ଆଠଟି ମୋଟର ସାଇକେଲ ସହ ଏସାର କମ୍ପାନୀ ଛକ ନିକଟ ଶାଳ ଗଛ ନିକଟରେ ଏକତ୍ରିତ ହୋଇଛନ୍ତି ଏବଂ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତିଙ୍କୁ ଚୋରା ତରଳ ହାଶିସ୍ ଗଂଜା ପରିବହନ କରିବାକୁ ଅପେକ୍ଷା କରିଛନ୍ତି। ଏହି ଖବରର ସତ୍ୟତା ଯାଞ୍ଚ କରିବା ପାଇଁ ଚିତ୍ରକୋଣ୍ଡା ଏସ.ଆଇ ଲିମାଇଁ ଚରଣ ପଣ୍ଡା ପୁଲିସର ଏକ ଦଳ
ସହ ତୁରନ୍ତ ଏସ. ଆର ଛକ ନିକଟରେ ପହଞ୍ଚିଥିଲେ। ପୁଲିସ ଗାଡ଼ି ଏବଂ ପୁଲିସ କର୍ମଚାରୀଙ୍କୁ ଦେଖି ଆଠ ଜଣ ବ୍ୟକ୍ତି ସେମାନଙ୍କର ମୋଟର ସାଇକେଲ ଏବଂ ସନ୍ଦେହଜନକ ଚୋରା ସାମଗ୍ରୀ ଥିବା ଗୋଟିଏ ପ୍ଲାଷ୍ଟିକ୍ ବସ୍ତା ଛାଡି ଘଞ୍ଚ ଜଙ୍ଗଲ ଆଡ଼ରେ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ପାଟ୍ରୋଲିଂ ଦଳ ଦୁର୍ବୃତ୍ତମାନଙ୍କୁ ପିଛା କରି ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଘଟଣାସ୍ଥଳରୁ ଖସି ପଳାଇବାରେ ସଫଳ ହୋଇଥିଲେ। ଘଟଣାସ୍ଥଳରେ ଯାଞ୍ଚ କରିବା ପରେ ସେମାନେ କିଛି ସନ୍ଦେହଜନକ ଚୋରା ସାମଗ୍ରୀ ଥିବା ଗୋଟିଏ ଧଳା ପ୍ଲାଷ୍ଟିକ୍ ବସ୍ତା ଏବଂ ଆଠଟି ମୋଟର ସାଇକେଲ ଜବତ କରିଥିଲେ। ଏହି ମାମଲା ସମ୍ପର୍କରେ ଚିତ୍ରକୋଣ୍ଡା ଥାନା କେସ୍ ନମ୍ବର ୨୧୩/୨୦୨୫ ଧାରା 20(ବି)(ii)(ସି)/୨୫/୨୯ ଏନ.ଡି.ପି.ଏସ ଆକ୍ଟ ପଞ୍ଜିକୃତ କରି ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରହିବା ସହପୁଲିସ ଦ୍ୱାରା ଜବତ ହୋଇଥିବା ତରଳ ହାଶିସ ଗଂଜା ର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୮କୋଟି ଟଙ୍କା ହେବା ବୋଲି ମାଲକାନଗିରି ଏସପି ଶ୍ରୀ ପାଟିଲ ସୂଚନା କହିଛନ୍ତି।










































