ବାରିପଦା:୨.୧୧:(ପ୍ରଶାନ୍ତ ଦାସ ପଟ୍ଟନାୟକ); ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବଜାର ମଧ୍ୟ ରେ ମା ଜଗଦ୍ଧାତ୍ରୀ ଙ୍କ ପୂଜା ୪୦ ବର୍ଷ ରେ ପଦାର୍ପଣ କରିଥିବା ବେଳେ ୪ ଦିନ ଧରି ପୂଜା ଧୁମ୍ ଧାମରେ ପାଳିତ ହେବା ସହିତ ଭକ୍ତ ଙ୍କ ମନ ମୋହିଛି ତୋରଣ, ମେଢ଼ ସହିତ ଆଲୋକ ସର୍ଯ୍ଯା। ମା ଜଗଦ୍ଧାତ୍ରୀ ଙ୍କ ଘଟ ଉତ୍ତୋଳନ ଗୁରୁବାର ନିକଟସ୍ଥ ଝରମାତା ବନ୍ଧ ରୁ ରାତି ରେ ହୋଇଥିଲା ବେଳେ ରବିବାର ମାଁ ଙ୍କ ପୁଣ୍ଣାହୁତି ଶେଷ ପରେ ରବିବାର ରାତ୍ର ସମୟରେ ଭସାଣୀ ମଧ୍ୟ ଶେଷ ହୋଇଛି। ଏଥିରେ ମୁଖ୍ୟ ପୂଜକ ଭାବେ ବିରଞ୍ଚି ନାରାୟଣ ହୋତା, ସର୍ବେଶ୍ଵର ଆଚାର୍ଯ୍ୟ , ପିଣ୍ଟୁ ହୋତା ସହିତ ପ୍ରଭାତ କୁମାର ହୋତା ସହଯୋଗ କରିଥିଲେ। ଶୁକ୍ରବାର ଦିନ ଦେଵୀ ଙ୍କ ପୂଜାର୍ଚ୍ଚନା ହେବା ସହିତ ସନ୍ଧ୍ୟା ସମୟରେ ଆଳତି ସହିତ କମିଟି ତରଫରୁ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।ଏଥିରେ ୫ ହଜାରରୁ ଉର୍ଦ୍ଧ୍ଵ ଭକ୍ତ ପ୍ରଶାଦ ସେବନ କରିଥିଲେ।ଏଥିରେ କମିଟି ର ସଭାପତି ପ୍ରଶାନ୍ତ ଦାସ ପଟ୍ଟନାୟକ, ଉପସଭାପତି ଲକ୍ଷ୍ମୀ କାନ୍ତ ଦାସ ସାଧାରଣ ସମ୍ପାଦକ ମୋନଜ କୁମାର ଦତ୍ତ, ସହ ସମ୍ପାଦକ ଦୀପକ ମହାନ୍ତି, କୋଷାଧ୍ୟକ୍ଷ ବିଶ୍ବଜିତ ଶର୍ମା, ଉପଦେଷ୍ଟା ମଣ୍ଡଳୀ ର ସଦସ୍ୟ ଜିଲ୍ଲା ପରିଷଦ ସଭ୍ୟ ରାମଚନ୍ଦ୍ର ମୁର୍ମୁ, ମାନସ ରଞ୍ଜନ ବେହେରା, ପ୍ରଭାତ କୁମାର ପାତ୍ର,ସତ୍ୟଜିତ ଦାସ, ଯଶୋବନ୍ତ ବସା , ଦେବେନ୍ଦ୍ର ସି, ବିଜୟ ମେହେଟା, ଶୁଶିଲ ଅଗ୍ରଓ୍ବାଲ, ଆଦିତ୍ୟ ମହାନ୍ତ , ମୋଦନ ଦାସ, ସଦସ୍ୟ ନୃସିଂହ ସେଠୀ ସହିତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ।










































