ଚୌଦ୍ବାର, ୬/୧୧: ( ସ୍ମୃତି ରଞ୍ଜନ ତ୍ରିପାଠୀ) ଚୌଦ୍ଵାର ଡିହସାହି ଗ୍ରାମରେ ବିଭିନ୍ନ ପୂଜା ମଣ୍ଡପରେ କାର୍ତ୍ତିକେଶ୍ଵରଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି । ବିଭିନ୍ନ ସାହି ଓ ବଜାର ମାନଙ୍କରେ କାର୍ତ୍ତିକେଶ୍ବର ପୂଜା ମହାଆଡମ୍ବରରେ ପାଳନ ହୋଇଛି। ରଙ୍ଗ ବେରଙ୍ଗର ଆଲୋକମାଳା ଓ ଗେଟ୍ ସାଜସଜ୍ଜାରେ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । କାର୍ତ୍ତିକେଶ୍ଵର, ମହାଦେବଙ୍କ ସମେତ ବିଭିନ୍ନ ଦେବାଦେବବୀଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥିବା ବେଳେ ସଂଧ୍ୟା ସମୟରେ ସଙ୍କୃତିକ କାର୍ଯ୍ୟକ୍ରମ ସହିତ ସାଜସଜ୍ଜା ଓ ଲାଇଟ୍ ବେଶ୍ ଆକର୍ଷଣୀୟ ହୋଇଉଠିଛି।ପାଖାପାଖି ୧୪ ଖଣ୍ଡ ମେଢ଼କୁ ନେଇ ଏହି କାର୍ତ୍ତିକେଶ୍ୱର ପୂଜା ଅନୁଷ୍ଠିତ ହୋଇଛି।ତେବେ ଚଳିତ ବର୍ଷର ଯାତ୍ରା ତଥା ଭସାଣୀ ଉତ୍ସବ ନିମନ୍ତେ ସ୍ଥାନୀୟ ବାଲୁଙ୍କେଶ୍ୱର ମନ୍ଦିର ପରିସରରେ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଉପଦେଷ୍ଟା ଭାବେ ଶ୍ରୀଧର ରାଉଳ, ସଭାପତି ମନମୋହନ ପରିଡା, ସମ୍ପାଦକ ନରେଶ ମହାରଣା , ଉପସଭାପତି ଦୀପକ ବରାଳ, କୋଷାଧ୍ୟକ୍ଷ ତ୍ରିନାଥ ସ୍ବାଇଁ ଙ୍କ ସମେତ ସମସ୍ତ ମେଢ଼ ଗୁଡ଼ିକର ସଭାପତି ଓ ସମ୍ପାଦକ ତଥା ସାହିର ଯୁବକ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ତେବେ ଚଳିତ ମାସ ୨୨ ଓ ୨୩ ତାରିଖକୁ ଭସାଣୀ ଉତ୍ସବ ରୂପେ ପାଳନ କରାଯିବ ବୋଲି ଆଲୋଚନା ହେବା ସହିତ ଏହି ଯାତ୍ରାକୁ କିଭଳି ଶାନ୍ତି ଶୃଙ୍ଖଳା ସହିତ କାର୍ଯ୍ୟ କରାଯିବ ଏହା ଉପରେ ଗୁରୁତ୍ଵ ଆଲୋଚନା କରାଯାଇଥିଲା।










































