ବାଲେଶ୍ୱର୨୫/୧୧(ଗୟାଧର କର) ସ୍ଥାନୀୟ ଆଇଟିଆଇ ପଡ଼ିଆରେ ଆୟୋଜିତ ବାଲେଶ୍ୱର ଲୋକ ମହୋତ୍ସବ କମିଟିର ସଭାପତି ଅସିତ କୁମାର ଦାସଙ୍କ ସଭାପତିତ୍ବରେ ଆୟୋଜିତ ସପ୍ତମ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଶାସକ ଦଳର ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଉପସ୍ଥିତ ରହି ଯୁବପିଢ଼ିଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ସୋର ବିଧାୟକ ମାଧବ ଧଡା, ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର, ଓଡିଶା ଅଲିମ୍ପିକ ଆସୋସେସନ ସଭାପତି ସମୀର ମହାନ୍ତି,ଟିପିନଡାଲର ଜେନେରାଲ ମ୍ୟାନେଜେର ଶରତ ଚନ୍ଦ୍ର ମହାଳିକ ଉପସ୍ଥିତ ରହି ମହୋତ୍ସବ ଦ୍ବାରା ବିକାଶ ସମ୍ଭବ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚରେ ଉପଦେଷ୍ଟା ବିପ୍ଳବ ମହାନ୍ତି,ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ,ସହ ସମ୍ପାଦକ ରାଜେନ୍ଦ୍ର ପଟ୍ଟନାୟକ,ଆଶିଷ ସାହୁ କାର୍ଯ୍ୟକାରୀ ସଦଶ୍ୟ ଅଜୟ ପ୍ରଧାନ, ସୁରେଶ ଉପାଧ୍ୟାୟ, ସମରେଶ ସାମଲ, ଅମରେନ୍ଦ୍ର ଦାସ, ଅନୁପମ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ସଂପାଦକ ରାଜେଶ ମହାକୁଡ଼ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବାବେଳେ, ଉପସଭାପତି ବିକାଶ ପାଢ଼ୀ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶ୍ରୀମାନ ଶ୍ରୀଚନ୍ଦନ,ନିଶିତ ବାରିକ,ସତ୍ୟ ପ୍ରକାଶ ପତି,ସୌଭାଗ୍ୟ ମାନସ ନାୟକ,ତାପସ ପାଣିଗ୍ରାହୀ,ସମ୍ବିତ ବିଶ୍ୱାଳ,ଶ୍ରୀମନ୍ତ ମାଝୀ,ହ୍ରିର୍ତ୍ତିକ ନାୟକ, ଝଡ଼େଶ୍ୱର ଜେନା,ସିଲାବ ସତ୍ୟକାମ, ଜିତେନ୍ଦ୍ର ମଲ୍ଲିକ ପ୍ରମୁଖ ସହଯୋଗ କରିଥିଲେ।
ସପ୍ତମ ସଂନ୍ଧ୍ୟାରେ କଣ୍ଠଶିଳ୍ପୀ ଏସ୍ ଜିତୁ ସଙ୍ଗୀତ ପରିବେଷଣ କରିଥିବାବେଳେ, ଦର୍ଶକ ଏହାକୁ ବେଶ୍ ଉପଭୋଗ କରିଥିଲେ। ମହୋତ୍ସବରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବିଭିନ୍ନ ଅଞ୍ଚଳରୁ ବ୍ୟବସାୟୀମାନେ ଆସି ପାଖାପାଖୂ ୩୦୦ରୁ ଅଧୂକ ଷ୍ଟଲ ଖୋଲିଥିବାବେଳେ ଗରମାଗରମ ଖାଦ୍ୟ, ମେଳାରେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଲୋକଙ୍କ ସମାଗମ ହେଉଛି । ମିନବଜାର, ରମଦୋଳି, ଜଳପରୀ ବିଶେଷ ଆକର୍ଷଣ ସାଜିଛି। ଲୋକ ମହୋତ୍ସବ ଆସନ୍ଧା ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କମିଟି ପକ୍ଷରୁ ସୁଚନା ମିଳିଛି।










































