ସୁବର୍ଣ୍ଣପୁର , ୨୫/୧୧(ଧୃବରାଜ ମିଶ୍ର) : ସୁବର୍ଣ୍ଣପୁର ଜିଲ୍ଲା ବିନିକା – ଏସ ରାମପୁର ମୁଖ୍ୟରାସ୍ତା ର ସିଂଘିଯୁବା ନିକଟରେ ବ୍ରିଜ ଉପରୁ ତଳକୁ ଖସିଲା ଜୟ ଭୋଲେ ବସ ଏଥିରେ ୧୪ ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ପ୍ରାୟ ୨୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଭୁବନେଶ୍ୱର ରୁ ଭୟା ସୋନପୁର – ବିନିକା – ବରପାଲି – ବିଜେପୁର ଦେଇ ଦିପ୍ତୀପୁର ଯାଉଥିବା ରାତ୍ରି କାଳୀନ ବସ ଆଜି ଭୋର ସକାଳୁ (ପାହାନ୍ତିଆ) ସମୟରେ ଜୟଭୋଲେ ବସ ନଂ ଓଡି, ୩୧ କେ ୯୦୯୯ ଭାରସାମ୍ୟ ହରାଇ ସିଂଘିଯୁବା ବ୍ରିଜ ଉପରୁ ତଳକୁ ଖସି ପଡି ଦୁର୍ଘଟଣା ଗ୍ରସ୍ଥ ହୋଇଥିଲା ।ସ୍ଥାନୀୟ ଲୋକେ ତୁରନ୍ତ ଯାତ୍ରୀ ମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ । ତୁରନ୍ତ ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ପହଞ୍ଚି ଗୁରୁତର ମାନଙ୍କୁ ବିନିକା ଡାକ୍ତରଖାନା କୁ ଆଣିଥିଲେ । ୧୪ ଜଣ ଗୁରୁତର ହୋଇ ବିନିକା ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ବେଳେ ପ୍ରାୟ ୨୦ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ୪ ଜଣ ଙ୍କ ସ୍ବାସ୍ଥ୍ୟ ବସ୍ତା ଅଧିକ ଗୁରୁତର ଥିବାରୁ ବୁର୍ଲା ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ଆଉ ଜଣକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇ ଥିବା ଜଣା ପଡ଼ିଛି । ବିନିକା ଡାକ୍ତରଖାନା କୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼. ନୃପରାଜ ସାହୁ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପହଞ୍ଚି ଗୁରୁତର ମାନଙ୍କ ସ୍ୱାସ୍ଥ୍ୟବସ୍ତା ଯାଞ୍ଚ କରିବା ସହିତ କେମିତି ସମସ୍ତ ଙ୍କ ଉତ୍ତମ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଡ଼ ସାହୁ ପ୍ରକାଶ କରିଛନ୍ତି ।










































