କଟକ ସର୍କଲ ମାଇନ୍ସ ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମଙ୍ଗଳବାର ରାତି ପ୍ରାୟ ୧୦ଟା ୩୦ ମିନିଟ ସମୟରେ ମହାନ୍ତିଙ୍କୁ ଭିଜିଲାନ୍ସ ଧରିଛିି। ଭିଜିଲାନ୍ସ ଇତିହାସର ଏହା ହେଉଛି ଅଧିକ ଟଙ୍କା ଜବତ । ଟ୍ରଲି ବ୍ୟାଗ ରୁ ଏହି ସବୁ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ପଟିଆ ଶିଶୁ ବିହାର ଫ୍ଲାଟ ର ଆଲମୀରାରେ ଟ୍ରଲି ବ୍ୟାଗ ରେ ରଖିଥିଲେ ଟଙ୍କା। ଏହାସହ ଅଫିସ ଡ୍ର ରୁ ମଧ୍ୟ 1ଲକ୍ଷ 20ହଜାର ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ପାହାଳରେ ରହିଛି ଘର। 130ଗ୍ରାମ ସୁନା ଅଳଙ୍କାର ବି ଜବତ କରିଛି ଭିଜିଲାନ୍ସ। ଗତକାଲି ବ୍ୟବସାୟୀ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉପନିର୍ଦ୍ଦେଶକ କଟକ ସର୍କଲ୍ କାର୍ଯ୍ୟାଳୟକୁ ଆସିଲା ଦିନୁ ବିବାଦ ଘେରରେ ରହିଆସୁଥିଲେ। ଲାଞ୍ଚ ଦାବି କରି ଦାବି ମୁତାବକ ଟଙ୍କା ନେଉଥିବା ନେଇ ଗତ ଦୁଇ ମାସ ହେଲା ଭିଜିଲାନ୍ସରେ ଅଭିଯୋଗ ହୋଇଆସୁଥିଲା। ଲାଇସେ ନ୍ସପ୍ରାପ୍ତ କୋଇଲା ଡିପୋ ଓ ଟ୍ରେଡ୍ ଲାଇସେନ୍ସ ପାଇଁ ସିଧାସଳଖ ଖଣିରୁ କୋଇଲା ପରିବହନ କରୁଥିବା କିଛି ବଡ଼ ବ୍ୟବସାୟୀଙ୍କଠାରୁ ମାସିକ ମୋଟା ଅଙ୍କର ଲାଞ୍ଚ ନେଉଥିଲେ। ନିକଟରେ ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କୁ କୋଇଲା ପରିବହନ ଓ ବ୍ୟବସାୟରେ ସୁବିଧା କରାଇବା ପାଇଁ ୩୦ ହଜାର ଟଙ୍କାରୁ ଅଧିକ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବାରୁ ବ୍ୟବସାୟୀଙ୍କୁ ବିଭିନ୍ନ ନିୟମ ଓ କଟକଣା ଆଳରେ ଅଭିଯୁକ୍ତ ଶ୍ରୀ ମହାନ୍ତି ହଇରାଣ କରୁଥିଲେ। ଏଥିରେ ବ୍ୟବସାୟୀ ଜଣକ ନିରାଶ ହୋଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ। ଖଣି ବିଭାଗର ଲାଇସେନ୍ସ ଥାଇ କୋଇଲା ବ୍ୟବସାୟୀଙ୍କଠାରୁ ମାସିକିଆ ଚାନ୍ଦା ଭିଡୁଥିଲେ। କଟକ ସର୍କଲ୍କୁ ପ୍ରାୟ ୩ ମାସ ହେଲା ଆସି ଲାଞ୍ଚ ନେଇ ଚହଳ ସୃଷ୍ଟି କରିଆସୁଥିବା ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଭିଜିଲାନ୍ସ ପଞ୍ଚାରେ ପଡ଼ିଛନ୍ତି। ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଦାବି ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତପୁରସ୍ଥିତ ସର୍କଲ୍ କାର୍ଯ୍ୟାଳୟରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ଟିମ୍ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଖଣି ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ପାଖରୁ ଭିଜିଲାନ୍ସ ଟିମ୍ କେମିକାଲ୍ ବୋଳା ୫ ଟଙ୍କିଆ ନୋଟ୍ ଜବତ କରିଥିବାରୁ ସେ ଅକଳରେ ପଡ଼ିଛନ୍ତି। ଉପନିର୍ଦ୍ଦେଶକ ଭିଜିଲାନ୍ସରେ ଧରାପଡ଼ିବା ଘଟଣା ଖଣି ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।









































