ଆସିକା ୨୩/୩(ମଳୟ ରଞ୍ଜନ ସ୍ବାଇଁ) : ଗଞ୍ଜାମ ଜିଲ୍ଲା ଆସିକା ତହସିଲ ଓ ଏନ ଏ ସି ପକ୍ଷରୁ ଡିଜିଟାଲ ଜନଗଣନା ନିମନ୍ତେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରଶିକ୍ଷଣ ଶିବିର ରେ ତହସିଲଦାର ସଂଗୀତା ସେନ ଙ୍କ ସଂଯୋଜନା ରେ ପ୍ରଶିକ୍ଷକ ଭାବେ ଆସିକା ପୌର ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେଶ କୁମାର ମହାପାତ୍ର, ବିଇଓ ମୁନ ରାଣୀ ମହାନ୍ତି,ଶିକ୍ଷକ ରାମନାଥ ପଟନାୟକ, ଶିବ ଶଙ୍କର ଜେନା, ସୁନୀଲ ମହାରଣା, ସମୀର ନାୟକ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଡିଜିଟାଲ ଜନ ଗଣନା ରେ ଉପସ୍ଥିତ ଥିବା ଜନ ଗଣନାକାରୀ ଓ ସୁପରଭାଇଜର ମାନଙ୍କୁ ସ୍ୱତନ୍ତ୍ର ଡିଜିଟାଲ ଜନ ଗଣନା ର ପୃଷ୍ଠ ଭୂମି, ଗୃହ ଗଣନା, ନିଜେ ନିଜକୁ ଗଣନା କରିବା ପକ୍ରିୟା, ଗଣନାକାରୀ ଘରକୁ ଆସିଲେ ସେମାନଙ୍କୁ କିଭଳି ସହଯୋଗ କରାଯିବା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଆସିକା ବ୍ଲକ ପାଈଁ ଦୁଇଟି ବ୍ୟାଚ ରେ ପାଖାପାଖି ୯୦ ଜଣ ଓ ପୌରାଞ୍ଚଳ ପାଈଁ ଗୋଟିଏ ବ୍ୟାଚରେ ୩୩ ଜଣଙ୍କୁ ପ୍ରଶିକ୍ଷଣ ର ବ୍ୟବସ୍ଥା କରାଯାଇଥିଲା l ଏହି କାର୍ଯ୍ୟକ୍ରମ କୁ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମିନତୀ କୁମାରୀ ପାତ୍ର, ଏନ ଏ ସି ସିଇଓ ମାନସୀ ରାଣୀ ସାହୁ ପ୍ରମୁଖ ସହଯୋଗ କରିଥିଲେ l










































