ଛତ୍ରପୁର,ଗଞ୍ଜାମ, (ସୁରେଶ ତ୍ରିପାଠୀ ) : ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲା ପ୍ଲାନିଂ କମିଟି ନିର୍ବାଚନରେ ୧୩ ଜଣ ସଦସ୍ୟଙ୍କ ମଧ୍ୟରୁ ବିଜୁ ଜନତା ଦଳର ୧୨ ଜଣ ସଦସ୍ୟ ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହେବା ଗଞ୍ଜାମ ଜିଲ୍ଲା ପାଇଁ ଏକ ଗୌରବର ବିଷୟ।ଏହି ଐତିହାସିକ ସଫଳତା ଅବସରରେ ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ-ସଦସ୍ୟାମାନେ ଏକତ୍ରିତ ହୋଇ ନବନିର୍ବାଚିତ ସମସ୍ତ ସଦସ୍ୟଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଛନ୍ତି। ନବନିର୍ବାଚିତ ସମସ୍ତ ଅପ୍ରତିଦ୍ୱନ୍ଦୀ ସଭ୍ୟ ଓ ସଭ୍ୟାମାନଙ୍କୁ ଅନେକ ଅନେକ ଅଭିନନ୍ଦନ ଓ ଶୁଭେଚ୍ଛା। ଆପଣମାନଙ୍କର ନେତୃତ୍ୱରେ ଗଞ୍ଜାମ ଜିଲ୍ଲା ଆହୁରି ବିକାଶର ନୂଆ ଶିଖରକୁ ସ୍ପର୍ଶ କରୁ, ଏହାହିଁ କାମନା।
ଛତ୍ରପୁର ସ୍ଥିତ ଯୋଜନା ଓ ସନନ୍ନୟ କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଅଞ୍ଜଳି ସ୍ୱାଇଁ,ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ଙ୍କ ନେତୃତ୍ୱ ରେ ଆସିଷ୍ଟାଣ୍ଟ ରିଟଣ୍ଡିଙ୍ଗ ଅଫିସର ଅଶୋକ କୁମାର ଦାସ ଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ ଏହି ଅବସରରେ ଉପସ୍ଥିତ ଥିଲେ ପୂର୍ବତନ ବିଧାୟକ ସୁବାଷ ବେହେରା,ସୂର୍ଯ୍ୟମଣି ବୈଦ୍ୟ,ଲତିକା ପ୍ରଧାନ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ,ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ,ଚନ୍ଦ୍ରଶେଖର ସାହୁ,ଜିଲ୍ଲା କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ,ମେୟର ସଂଘମିତ୍ରା ଦଳେଇ,ଡେପୁଟି ମେୟର ଇ ବିବେକ ରେଡି, ଜିଲ୍ଲା ପରିଷଦ ର ସମସ୍ତ ସଦସ୍ୟ /ସଦସ୍ୟା ଙ୍କ ସମେତ ବି ଜେ ଡି ର ବହୁ ବରିଷ୍ଠ ରାଜ୍ୟ ତଥା ଜିଲ୍ଲା ର ନେତୃମଣ୍ଡଳୀ।ଏହି ବିଜୟ ସୂଚାଉଛି ଯେ ଗଞ୍ଜାମ ଜିଲ୍ଲା ରେ ବିଜୁ ଜନତା ଦଳ ର ସ୍ଥିତି ମଜବୁତ ଅଛି ।









































