ବ୍ରହ୍ମପୁର, ୨୫.୦୨.୨୦୨୫, ( ସୁରେଶ ଚନ୍ଦ୍ର ତ୍ରିପାଠୀ ) : ବ୍ରହ୍ମପୁର ମହାନଗର ହରିଡାଖଣ୍ଡି ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇ ଅଛି।ଏବିଇଓ ତଥା ବିଆରସିସି ଜଗନ୍ନାଥ ଭୂୟାଁଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟସେନ ପ୍ରଧାନ, ସିଆରସିସି ୟୁ ଭାରତୀ,ସାମ୍ବାଦିକ ତଥା ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ସାଂଗଠନିକ ସଭାପତି ଅନିଲ କୁମାର ଚୌଧୁରୀ,ସମ୍ବାଦିକ ରମେଶ ଚନ୍ଦ୍ର ବେହେରା ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିଜ ନିଜ ବକ୍ତବ୍ଯରେ ଶୃଙ୍ଖଳିତ ଓ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।ବିଦ୍ୟାଳୟର ଅଧ୍ୟୟନରତ 311 ଜଣ ଛାତ୍ରଛାତ୍ରୀ ନିଜ ନିଜର ଉତ୍କୃଷ୍ଟମାନର ନାଚଗୀତ, ଖେଳକୁଦ ତଥସହ ରୋଙ୍ଗଲି, ମେହେନ୍ଦି ସହ ଲୋପପାଇ ଆସୁଥିବା ବିଭିନ୍ନ ପିଠାପଣା ଯେପରିକି ମଣ୍ଡା, ଆଡିସା କାକରା,ମୁଦୁକ,ଅଟକାଳି,ଗୋଇଁଠା,ଚନ୍ଦ୍ରକାନ୍ତି,ପୋଡପିଠା,ପୁଳି,ଖିରି ,ଖେଚୁଡି,ବେସର,ତରକାରୀ ଭଳି ଅନେକ ଧରଣର ବ୍ୟଞ୍ଜନ ସହିତ ମାଟି ନିର୍ମିତ ବିଭିନ୍ନ ଧରଣର ବିଲୁପ୍ତ କଳାର ନିପୁଣତାର ନିର୍ମିତ କରି ଏବଂ ସୁନ୍ଦର ନାଚଗୀତ ମାଧ୍ୟମରେ ସମସ୍ତଙ୍କ ମନମହିତ କରିଥିଲେ।ସହକାରୀ ଶିକ୍ଷୟତ୍ରୀ ସୁଜତା ପାଢୀ,ଆରତି ରାଣୀ ନାୟକ,ପଦ୍ମାଳୟା ପାତ୍ର, ପାରିଜାତ ଚୌଧୁରୀ,ପ୍ରବୀଣା ପ୍ରଧାନ, ବିସ୍ମିତା କର,ରଶ୍ମିତା ଦାସ,ସସ୍ମିତା ପଣ୍ଡା ଏବଂ ସହକରୀ ଶିକ୍ଷକ ଶ୍ରୀକାନ୍ତ ଜେନାଙ୍କ ସମେତ ପାଚିକା ସହାୟକା ଲକ୍ଷ୍ମୀ ପଣ୍ଡା, ଗୀତା ସାହୁ,ସବିତା ଡାକୁଆ,ଏସ ରାଜି ରେଢୀ ସହଯୋଗ କରିଥିଲେ।ବିଦ୍ୟାଳୟର ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ବହୁ ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ଲୋକମାନେ ଉପସ୍ଥିତ ରହି ପିଲାମାନଙ୍କ ବିଭିନ୍ନ କାର୍ଯ୍ୟକ୍ରମ ଉପଭୋଗ କରି କୋମଳମତି ଶିଶୁଙ୍କ ଉଚ୍ଚକୋଟିର କାମକୁ ପ୍ରଶଂସା କରିଥିଲେ।