କଟକ, ତା୨୫ା୦୨ : ନିରଂକାରୀ ମିଶନ କଟକ ଶାଖା ତରଫରୁ ମିଶନର ମୂଖ୍ୟ ସୁଦୀକ୍ଷା ସବିନ୍ଦର ହରଦେବଜୀ ମହାରାଜଙ୍କ ନିର୍ଦ୍ଦେଶ କ୍ରମେ ମିଶନର ସେବା ଭାବନା ଓ ମାନବ କଲ୍ୟାଣର ସଂକ୍ଳପକୁ ସାକାର କରିବା ନିମନ୍ତେ ‘ପ୍ରୋଜେକ୍ଟ ଅମୃତ’ର ଅର୍ନ୍ତଗତ ‘ସ୍ୱଚ୍ଛ ଜଳ ସ୍ୱଚ୍ଛ ମନ’ ପରିଯୋଜନାର ତୃତୀୟ ଚରଣ କାର୍ଯ୍ୟକ୍ରମ ମିଶନର କଟକ ଶାଖାର ତରଫରୁ ମହାନଦୀ ଗଡ଼ଗଡିଆ ଘାଟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିଯୋଜନାର ଉଦ୍ଦେଶ୍ୟ ଜଳର ସ୍ୱଚ୍ଛତା ରକ୍ଷାକରିବା ସହିତ ସଂରକ୍ଷଣ କରିବା ନିମନ୍ତେ ଜନଜାଗରଣ କରିବା ଯେପରିକି ଭବିଷ୍ୟତ ପିଢ଼ି ପାଇଁ ଏକ ବରଦାନ ହେବ। ଏହି କାର୍ଯ୍ୟକ୍ରମରେ କଟକ ସିଏମସି ମେୟର ସୁବାସ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଳର ସ୍ୱଚ୍ଛତା ଓ ସଂରକ୍ଷଣ ନିମନ୍ତେ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିବା ବେଳେ ମେଜର ଡଃ ପୀତବାସ ମହାନ୍ତି ଓ ବୈଜ୍ଞାନିକ ପିକେ ସାହୁ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି ସଫେଇ ଅଭିଯାନରେ ପ୍ରାୟ ୩୦୦ ସ୍ୱେଚ୍ଛାସେବୀ ମିଶନର ସେବାଦଳ, ମହତ୍ମା ଓ ବିଭିନ୍ନ ସମାଜସେବୀ ଅନୁଷ୍ଠାନ ଯଥା ଓଡିଶା ମେକାନିକାଲ ମହାସଂଘ, ବିଜୁ ପଟ୍ଟନାୟକ ୱାକର୍ସ୍ କ୍ଲବ ଇତ୍ୟାଦି ଯୋଗ ଦେଇଥିଲେ। ସେବାଦଳ କ୍ଷତ୍ରୀୟ ସଂଚାଳକ ଅକ୍ଷୟ କୁମାର ମହାରଣା, ସଂଚାଳକ ଦେବଦାସ ସ୍ୱାଇଁ, ଶିକ୍ଷକ ଦୟାଶଙ୍କର ଜୈସ୍ୱାଲ, ସହାୟକ ଶିକ୍ଷକ ଅରକ୍ଷୀତ ରାଉଳ, ସଂଚାଳିକା ମହାମାୟୀ ହାଜରା, ଶିକ୍ଷିକା ମାନସୀ ମହାନ୍ତିଙ୍କ ତତ୍ୱାବଧାନରେ ତଥା ମନୋରଞ୍ଜନ ଦାସ ଜୀ, ମୋହନ ସାହା ପ୍ରଭୁତିଙ୍କ ସହଯୋଗରେ ଉକ୍ତ ସେବାକାର୍ଯ୍ୟ ଶୃଙ୍ଖଳାର ସହ ସମାପ୍ତି ହୋଇଥିଲା । ସର୍ବଶେଷରେ କଟକ ସନ୍ଥ ନିରଂକାରୀ ମଣ୍ଡଳର ମୁଖ୍ୟ ରାଜେନ୍ଦ୍ର ଗୁଗୁନାନୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।