ଜଗତସିଂହପୁର, ୨୬/୨ (ହିପ୍ର) : ଜଗତସିଂହପୁର ଥାନା ଅଞ୍ଚଳର ବହୁ ଗ୍ରାମରେ ବେଧଡ଼କ ଭାବେ ଚାଲିଛି ଚୋରା ମଦ କାରବାର। ବିଶେଷକରି ପଲ୍ଲୀ ପଞ୍ଚାୟତର ଦୁଇ ଟି ସ୍ଥାନରେ ଚୋରା ମଦ ବେପାର ଓ ନିଶା କାରବାର ସହ ମଦ୍ୟପଙ୍କ ସଂଖ୍ୟା ବୁଦ୍ଧି ପାଇବାରେ ଲାଗିଛି। ଦିନ ଦ୍ୱିପ୍ରହରରେ ପଲ୍ଲୀ ପଞ୍ଚାୟତର ବିଶେଷକରି. ସିଙ୍ଗିପୁର, ଗଉଡ଼ୁଣୀପଡିଆ, ବାଜପୁର ସ୍ତାରେ ମଦ୍ୟପଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଲାଣି। ଫଳରେ ଆଦର୍ଶ ବିଦ୍ୟାଳୟ, ସରକାରୀ ପଲ୍ଲୀଟେକୋନିକ କଲେଜର ଛାତ୍ରୀଛାତ୍ରଙ୍କ ସହ ଉକ୍ତ ରାସ୍ତାରେ ଯାତାୟାତ କରୁଥିବା ଝିଅ, ବୋହୂ ତଥା ସାଧାରଣ ଲୋକ ମଦ୍ୟପଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଚୋରା ମଦ ବେପାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରୁ ପେଟିପେଟି ମଦ କ୍ରୟ କରି ଆଣି ଗ୍ରାମରେ ଚଢ଼ା ଦରରେ ମଦ ବିକ୍ରି କରୁଛନ୍ତି। ଚୋରାମଦ କାରବାର ବିଷୟରେ ସବୁଜାଣି ମଧ୍ୟ ପୋଲିସ ଓ ପ୍ରଶାସନ ନିଦବିଷ୍ଣୁ ସାଜିଛି। ମଦ୍ୟପଙ୍କ ପ୍ରାଦୁର୍ଭାବରୁ ସାମାଜିକ ଚଳଣି ବାଧାପ୍ରାପ୍ତ ହେବା ସହିତ କୋମଳମତି ପିଲାଙ୍କ ଉପରେ ଏହାର କୁପ୍ରବାହ ପଡୁଛି। ବିଭିନ୍ନ ସମୟରେ ଅତ୍ୟଧିକ ମଦ୍ୟପାନ କରି ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖିବାକୁ ମିଳୁଛି। ସହଜରେ ଘରେଘରେ ଚୋରାମଦ ମିଳୁଥିବାରୁ ଛୋଟଛୋଟ ପିଲାମାନେ ମଧ୍ୟ କୌଣସି ଆନୁଷ୍ଠାନିକ କାର୍ଯ୍ୟ ହେଉ କିମ୍ବା ମେଳା, ପୂଜା ପର୍ବାଣୀ ରେ ମଦ୍ୟ ପାନକୁ ଆପଣାଇ ବିପଦଗାମୀ ହେଉଛନ୍ତି ଏବଂ ଯୁବପିଢ଼ି ଏହି ଖରାପ ରାସ୍ତାରେ ଯାଉଛନ୍ତି । ଚୋରା ମଦର କାରବାର ସହ ଗଉଡ଼ୁଣୀପଡିଆ ଖୋଦ ବଜାର ଉପରେ ଯୁବକ ଗଂଜେଇ, ମଦ ବ୍ରାଉନସୁଗାର ସେବନ କରୁଛନ୍ତି,ସେହି ପରି ପ୍ରତ୍ୟେକ ଦିନ ଶତାଧିକ ଲୋକେ ହାଟବଜାରଠୁ ଆରମ୍ଭ କରି ସାମଗ୍ରୀ ପାଇଁ ନାଉଗାଁ, ଜଗତସିଂହପୁର ଉପରେ ନିର୍ଭର କରୁଥିବାରୁ ଏହି ଚୋରା ମଦ ବେପାରୀ ପଥଚାରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଜଗତସିଂହପୁର ପୋଲିସ ଏବଂ ଅବକାରୀ ବିଭାଗ ଚୋରାମଦ ବେପାରୀ ଙ୍କ ଠାରୁ ମାସିଆ ଟଙ୍କା ନେଇ ଚୁପ ହୋଈ ବସିଯାଉଛନ୍ତି ।
Comments 1