ନୂଆଦିଲ୍ଲୀ୧୭/୩ : ଶ୍ରେଷ୍ଠ ଡିଫେଣ୍ଡର ଓଡ଼ିଶା ପୁଅ ଅମିତ ରୋହିଦାସ। ହକି ଇଣ୍ଡିଆର ବାର୍ଷିକ ପୁରସ୍କାର ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ଅମିତ ରୋହିଦାସ ବର୍ଷର ଶ୍ରେଷ୍ଠ ଡିଫେଣ୍ଡର ପୁରସ୍କାର ଲାଭ କରିଛନ୍ତି। ଭାରତର ଅଧିନାୟକ ହରମନପ୍ରୀତ୍? ସିଂ ଓ ସିନିୟର ଗୋଲ୍?କିପର ସବିତା ପୁନିଆ ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗ ହକି ଇଣ୍ଡିଆ ବଲ୍?ବୀର ସିଂ ସିନିୟର ପ୍ଲେୟର ଅଫ୍? ଦି ଇୟର ପୁରସ୍କାର ପାଇଛନ୍ତି। ହରମନପ୍ରୀତ୍?ଙ୍କ ନେତୃତ୍ୱରେ ଭାରତ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ବ୍ରୋଞ୍ଜ ପଦକ ହାସଲ କରିବାରେ ସଫଳ ରହିଥିଲା। ସେ ଆହୁରି ମଧ୍ୟ ଟୋକିଓ ଗେମ୍ସ ବ୍ରୋଞ୍ଜ ପଦକ ବିଜୟୀ ଦଳର ସଦସ୍ୟ ରହିଥିଲେ। ସବିତାଙ୍କ ଲାଗି ଏହାଥିଲା ଦ୍ୱିତୀୟ ଆନନ୍ଦର ବିଷୟ। ସେ ୨୦୨୪ ବର୍ଷ ପାଇଁ ହକି ଇଣ୍ଡିଆ ବଲ୍?ଜିତ ସିଂ ଗୋଲ୍?କିପର ଅଫ୍? ଦି ଇୟର ପୁରସ୍କାର ମଧ୍ୟ ଲାଭ କରିଛନ୍ତି।
ସବିତା ତୃତୀୟ ଥର ପାଇଁ ଏହି ପୁରସ୍କାର ଜିତିବାର ଗୌରବ ଅର୍ଜନ କରିଛନ୍ତି। ଭାରତୀୟ ହକି ଶତବାର୍ଷିକୀ ପାଳନ ଅବସରରେ ୭ମ ହକି ଇଣ୍ଡିଆ ପୁରସ୍କାର ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ଆହୁରି ମଧ୍ୟ ୧୯୭୫ରେ କୁଆଲାଲମ୍ପୁରରେ ଦେଶର ବିଶ୍ୱକପ୍? ବିଜୟ ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ୧୯୭୫ ପୁରୁଷ ବିଶ୍ୱକପ୍? ବିଜୟୀ ଦଳକୁ ହକି ଇଣ୍ଡିଆ ମେଜର ଧ୍ୟାନଚାନ୍ଦ ଲାଇଫ୍?ଟାଇମ୍? ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା। ହାର୍ଦ୍ଦିକ ସିଂଙ୍କୁ ଫରୱାର୍ଡ ଅଫ୍? ଦି ଇୟର ପୁରସ୍କାର ମିଳିଥିବା ବେଳେ ହାର୍ଦ୍ଦିକ ସିଂ ମିଡ୍?ଫିଲ୍ଡର ଅଫ୍? ଦି ଇୟର ବିବେଚିତ ହୋଇଥିଲେ। ସେହିପରି ଯୁଗରାଜ ସିଂ ୨୧ ବର୍ଷରୁ କମ୍? ପୁରୁଷ ବିଭାଗରେ ପ୍ଲେୟର ଅଫ୍? ଦି ଇୟର ପୁରସ୍କାର ପାଇଥିବା ବେଳେ ଦୀପିକାଙ୍କୁ ୨୧ ବର୍ଷରୁ କମ୍? ମହିଳା ବିଭାଗରେ ପ୍ଲେୟର ଅଫ୍? ଦି ଇୟର ପୁରସ୍କାର ମିଳିଛି। ଏହି ଆଡମ୍ବରପୂର୍ଣ୍ଣ ପୁରସ୍କାର ବିତରଣ ଉତ୍ସବରେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ କିରେନ୍? ରିଜିଜୁ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ, ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ଭୋଲାନାଥ ସିଂଙ୍କ ସମେତ ଅନ୍ୟ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।










































