ନୂଆଦିଲ୍ଲୀ ଭାରତୀୟ ନୌସେନା ସାମଗ୍ରୀ ପରିଚାଳନା ସେବା ଓ ଭାରତୀୟ ନୌସେନା ଅସ୍ତ୍ରଶସ୍ତ୍ର ସେବାର ଟ୍ରେନି ଅଧିକାରୀମାନେ ସୋମବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ଯେ,ବିଶ୍ୱବ୍ୟାପୀ ହେଉଥିବା ନବୀନତମ ବୈଷୟିକ ବିକାଶ ବାବଦରେ ନିଜ ଜ୍ଞାନକୁ ଲଗାତାର ଅପଡେଟ୍ କରିଚାଲ ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ, ଏମିତି ସମୟରେ ଯେତେବେଳେ ବିଶ୍ୱରେ ଭୂ-ରାଜନୈତିକ ଉତେଜନା ବଢୁଛି, ଦେଶ ସାମୁଦ୍ରିକ ସହଯୋଗ ବୃଦ୍ଧି କରୁଛି ଏବଂ ମିଳିତ ଅଭ୍ୟାସ କରୁଛି । ଗ୍ଲୋବାଲ ମଂଚରେ ଭାରତର ବଡ ଭୂମିକା ସହିତ, ନୌସେନା ସାମଗ୍ରୀ ପରିଚାଳନା ସେବା ଏବଂ ନୌସେନା ଅସ୍ତ୍ରଶସ୍ତ୍ର ସେବାର ଅଧିକାରୀ ଉନ୍ନତ ବୈଷୟିକ ଜ୍ଞାନ କୌଶଳର ଲାଭ ଉଠାଇ କୁଶଳ ଆନୁପାତିକ ପରିଚାଳନା ମାଧ୍ୟମରେ ଭାରତୀୟ ନୌସେନାର ସମର୍ଥନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ । ଏଥିସହ ରାଷ୍ଟ୍ରପତି ଟ୍ରେନି ଅଧିକାରୀ ମାନଙ୍କୁ ଇନଭେଂଟ୍ରି ପରିଚାଳନା ଏବଂ ସେବା ବିତରଣ ପ୍ରଣାଳୀକୁ ନିରନ୍ତର ଓ ପ୍ରଭାବୀ କରିବାକୁ ଅଭିନବ ଦୃଷ୍ଟିକୋଣ ଆପଣେଇବାକୁ କହିଥିଲେ । ଅଧିକାରୀ ମାନଙ୍କୁ ରାଷ୍ଟ୍ର ଓ ଭାରତୀୟ ନୌସେନାର ସେବା ପ୍ରତି ନିଜକୁ ସମର୍ପିତ କରିବା ନେଇ ଆଗ୍ରହ ବ୍ୟକ୍ତ କରିଥିଲେ । ରାଷ୍ଟ୍ରପତି ଆଶା କରିଛନ୍ତି ଯେ, ଏହି ଅଧିକାରୀ ମାନେ ଭାରତୀୟ ନୌସେନାକୁ ସର୍ବୋତମ ସେବା ପ୍ରଦାନ କରି ରାଷ୍ଟ୍ର ନିର୍ମାଣରେ ଯୋଗଦାନ ଦେବେ ।










































