ଭୁବନେଶ୍ୱର : କଂଗ୍ରେସ ଦଳ ନିଜର ସ୍ଥିତିକୁ ବଂଚାଇବା ସହ ଓଡ଼ିଶା ପ୍ରଦେଶରେ ନିଜର ଅସ୍ତିତ୍ୱ ବଂଚାଇ ରଖିବା ପାଇଁ ଆସନ୍ତା ୨୭ ତାରିଖରେ ବିଧାନସଭା ସାମ୍ନାରେ ରାଲି କରିବ ବୋଲି ନିଷ୍ପତି ନେଇଛି। ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ବିବୃତି ରଖିଛନ୍ତି।
ସେ କହିଛନ୍ତି ଯେ ବିଧାନସଭା ମଧ୍ୟରେ କଂଗ୍ରେସ ଦଳର ବିଧାୟକମାନେ ଅତ୍ୟନ୍ତ ଅସାମଞ୍ଜସ୍ୟ ବ୍ୟବହାର ଓ କଦର୍ଯ୍ୟ ଭାଷା ବ୍ୟବହାର କରୁଛନ୍ତି ଏବଂ ବିଧାନସଭା ଚାଲିଥିବାବେଳେ ଘଂଟ -ଘଂଟା ବଜାଇବା,ଏହା ଏକ ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ସମ୍ପୂର୍ଣ୍ଣ ଘଟଣାର ଗୃହ କମିଟି ପାଇଁ ଯେଉଁ ଦାବି କରୁଛନ୍ତି,ତାହା ଆଯୁକ୍ତିତା ଏବଂ ସେହିମାନେ ଜାଣିଛନ୍ତି ଏହି ଘଟଣାରେ ଗୃହ କମିଟି କରାଯାଇପାରିବ ନାହିଁ,ଜାଣିକି ଅଛିଣ୍ଡା ଅଙ୍କ କହିଲେ ଆମକୁ ଗଣ୍ଡଗୋଳ ଓ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସୁଯୋଗ ମିଳିବ।
ବିରୋଧୀ ଦଳ ବିଧାୟକ ମାନେ ଯେଉଁ ପ୍ରକ୍ରିୟାକୁ ଯାଉଛନ୍ତି ଏହା କେବଳ ବିଧାନସଭା କାଳଖଣ୍ଡକୁ କିପରି ୱାସଆଉଟ୍ ହେଇଯିବ ଓ ବିଧାନସଭାର ସମୟ କେମିତି ନଷ୍ଟ ହେବ,ଏହା ହେଉଛି ତାଙ୍କର ସ୍ୱରଚିତ ଷଡ଼ଯନ୍ତ୍ର ।
ବିଧାନସଭାରେ ଆଇନଶୃଙ୍ଖଳା ପରିସ୍ଥିତି ଓ ମହିଳା ସୁରକ୍ଷା ବିଷୟରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଜାଣିବା ପାଇଁ ଗୋଟିଏ ଥର ମଧ୍ୟ କଂଗ୍ରେସ ଓ ବିଜୁ ଜନତା ଦଳ ଚାହିଁ ନାହିଁ କି ଦାବି ମଧ୍ୟ କରିନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ।