ଭୁବନେଶ୍ୱର : ଓଡ଼ିଶାରେ ମହିଳାଙ୍କ ସ୍ଥିତି ଅତ୍ୟନ୍ତ ଲଜ୍ୟାଜନକ ଓ ସଂଗୀନ। ଗତ ୯ ମାସ ଭିତରେ ୬୦ ଜଣ ମହିଳାଙ୍କୁ ଧର୍ଷଣ ଓ ଗଣଧର୍ଷଣ କରାଯାଇଛି। ଡବଲ ଇଞ୍ଜିନ ବିଜେପି ସରକାର ପାଇଁ ଏହା ଏକ ବଡ଼ ପ୍ରସଙ୍ଗ ନୁହଁ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ, ଆଇନମନ୍ତ୍ରୀ ଏବଂ ତାଙ୍କ ଦଳର ନେତା ବିଧାୟକ ମାନେ ଏକଥା କହୁଛନ୍ତି। ଏହାଠାରୁ ବଡ଼ ଅପମାନ ଓ ଲଜ୍ଜାଜନକ କଥାେ କ’ଣ ହୋଇପାରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଆଜି ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ରାଜ୍ୟ କଂଗ୍ରେସ ବିଧାନସଭା ଘେରାଉ କାର୍ଯ୍ୟାକ୍ରମ ଗତକାଲି କରିଥିଲା। ଏହି ଘେରାଉ କାର୍ଯ୍ୟକ୍ରମ ସଂପୂର୍ଣ୍ଣ ରୂପେ ଗଣତାନ୍ତ୍ରିକ ଓ ଶାନ୍ତିପୂର୍ଣ୍ଣଭାବେ ଚାଲିଥିଲା। ଏପରିକି ସେ ନିଜେ ତାଙ୍କ ଭାଷଣ ଆରମ୍ଭ କରିବା ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ, କର୍ମଚାରୀ ଲାଠି ଚାର୍ଜ ଆରମ୍ଭ କଲେ। ଏହା ବିଜେପି ଦଳର ଷଡ଼ଯନ୍ତ୍ର ଯୋଗୁଁ କିଛି ଅସମାଜିକ ତତ୍ୱ ଏହି କାଣ୍ଡକୁ ଭିଆଇଥାଇପାରନ୍ତି। ଆମର କୌଣସି ନେତା, କର୍ମୀ, ପଥର ଫୋପାଡ଼ିନାହାନ୍ତି। ଲାଠି ସବୁବେଳେ ଅଂଟା ବାଡେଇବା କଥା କିନ୍ତୁ ମୁଣ୍ଡକୁ, ଛାତିକୁ ଓ ପେଟକୁ ମାରିବା ପାଇଁ କିଏ ଏମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ପୁଲିସ ଓଡ଼ିଶାର ଜନସାଧାରଣଙ୍କ ସୁରକ୍ଷା ପାଇଁ କିନ୍ତୁ ସରକାରୀ ଦଳର ହାତବାରିସି ହୋଇ ଜନତାଙ୍କୁ ସମସ୍ତ ନିତି ଆଇନକୁ ଉଲଘଂନ କରି ଜନତାଙ୍କୁ ମରଣାନ୍ତକ ଆକ୍ରମଣ କରିବା କ’ଣ ଆଇନ୍ ସମ୍ମତ କି? ପୁଲିସି ଡିଜି ସରକାରୀ ଦଳର ହାତବାରିସି ହୋଇ କୌଣସି କାର୍ଯ୍ୟ କରିବା ଅନୁଚିତ। ପୁଲିସ ଆକ୍ରମଣରେ କଂଗ୍ରେସ ୪୦ରୁ ଅଧିକ କର୍ମୀ ଓ ନେତୃବର୍ଗ ଆଘାତ ହୋଇଛନ୍ତି। ୧୦ ଜଣ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଅଛନ୍ତି। କେନ୍ଦ୍ରପଡ଼ା ଜିଲ୍ଲାର ମହିଳା ସଭାନେତ୍ରୀ ସଶ୍ମିତା ପଣ୍ଡାଙ୍କର ମହିଳା ପୁଲିସ ମାଡରେ କାନର ଗିରି ଫାଠି ଯାଇଛି। ସେ ଅତ୍ୟନ୍ତ ସଂଗୀନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପୁଲିସ ଯଦି ଅନ୍ୟାୟ ଉପାୟରେ ଦମନ ଲିଳା ଆରମ୍ଭ କରେ ତାହାଲେ ଏହା ଉଗ୍ରରୂପ ଧାରଣ କରିବ। ଏହାକୁ ଏ ସରକାର ସହ୍ୟ କରିପାରିବ ନାହିଁ।
ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗର ମୁଖ୍ୟ ପୱନ ଖେରା କହିଥିଲେ ଯେ ମୁଁ ଅତି ଗୁରୁତ୍ୱର ଭାବରେ ଆଘାତ ପ୍ରାପ୍ତ ହୋଇଥିବା କଂଗ୍ରେସ କର୍ମୀମାନଙ୍କୁ ଭେଟିଲି। ସେମାନଙ୍କ ସ୍ଥିତି ଅତ୍ୟନ୍ତ ଗୁରୁତର। ରାଜ୍ୟ କଂଗ୍ରେସ ଗତକାଲି ଯେଉଁ ବିଧାନସଭା ଘେରାଉ କରିଥିଲା, ତାହା ରାଜ୍ୟ ପାଇଁ ଏକ ବଡ଼ ପ୍ରସଙ୍ଗ ଥିଲା। ଓଡ଼ିଶାରେ ବିଜେପି ସରକାର ଏହି ପ୍ରସଙ୍ଗ ପରେ ବିଧାନସଭାରେ ଆଲୋଚନା ନ କରିବା ଏବଂ ଗୃହ କମିଟି ଗଠନ କରିବା ଦାବିକୁ ଗ୍ରହଣ ନ କରିବା ଅତ୍ୟନ୍ତ ନିନ୍ଦନୀୟ। ଯଦି ଏହାକୁ ଗ୍ରହଣ କରାଯାଇଥାଆନ୍ତା ତାହାଲେ କଂଗ୍ରେସ କେବେ ହେଲେ ଏହି ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇ ନଥାନ୍ତା। ରାଜ୍ୟର ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ କଂଗ୍ରେସ ସହିତ ଜାତୀୟ କଂଗ୍ରେସ ଏକ ସ୍ୱରରେ ଲଢ଼େଇ ଜାରିରଖିବ। ରାଜ୍ୟର ପୁଲିସି ଡିଜି, କଂଗ୍ରେସ ନେତୃବର୍ଗ ଓ କର୍ମୀ ଧମକ ଦେବାରୁ ନିବୃତ ରୁହନ୍ତୁ। ପୁଲିସ ପ୍ରଶାସନର ସବୋର୍ଚ୍ଚ ଅଧିକାରୀ ସମ୍ବିଧାନ ବହିଭୃତ କାମ କରନ୍ତୁ ନାହିଁ। କଂଗ୍ରେସ ଦଳର ନେତାଙ୍କ ସଂଖ୍ୟା ଯେତେ କମ୍ ହୁଉନା କାହିଁକି କଂଗ୍ରେସ ଦଳ ନ୍ୟାୟ ପାଇଁ ଲଢ଼େଇ କରୁଛି, କରିଛି ଓ କରିବ ମଧ୍ୟ। ସରକାର ଯେତେ ଲାଠିମାଡ଼ କରିବା କଥା କରନ୍ତୁ। କିନ୍ତୁ ଆମେ ଏଥିରେ ଡରିଯିବୁ ନାହିଁ। ଓଡ଼ିଶାରେ ଜନତା ଦେଖୁଛନ୍ତି। କିଏ କ’ଣ କରୁଛନ୍ତି। ବିଜେଡ଼ି ସରକାର ଥିବାବେଳେ ବିଜେପି ଚୁପ୍। ବିଜେପି ସରକାର ବେଳେ ବିଜେଡ଼ି ଚୁପ୍। ଆସନ୍ତା ଦିନରେ ରାଜ୍ୟ କଂଗ୍ରେସ ସାରା ରାଜ୍ୟରେ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ନାରୀ ନ୍ୟାୟ ପାଇଁ ପ୍ରତି ଜିଲ୍ଲା ଓ ଉପଖଣ୍ଡରେ ଲଢ଼େଇ ଜାରି ରଖିବ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ୍, ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ଏଆଇସିସି ସହ ପ୍ରଭାରୀ ରୋଜାଲିନୀ ତିର୍କି ଓ ବିଧାୟିକା ସୋଫିଆ ଫିର୍ଦୋଷ ଉପସ୍ଥିତ ଥିଲେ।










































