ଜଳେଶ୍ୱର,୨୩/୪(ହିପ୍ର)-ଫସିଲା ସାହୁ ଭେରାଇଟି ଷ୍ଟୋର । ଲୋକଙ୍କୁ ଶସ୍ତାରେ ଦେଉଥିଲା ବିସ୍କୁଟ କେକ୍…।କମ୍ ଦାମରେ କିଣି ଗ୍ରାହକଙ୍କୁ ବିକ୍ରି କରୁଥିଲେ ଅବିଧି ସରିଥିବା ଖାଦ୍ୟ ସାମଗ୍ରୀ।ବିଭିନ୍ନ ସମୟରେ ଏହି ଦୋକାନୀ ବିରୋଧରେ ଖାଉଟି ମାନେ ଅଭିଯୋଗ କରି ଆସୁଥିଲେ।
ସେମାନେ ଏହି ଖାଦ୍ୟ ସାମଗ୍ରୀ ଖାଇବା ଦ୍ଵାରା ବିଭିନ୍ନ ସମୟରେ ପେଟ ରୋଗର ଶିକାର ହେଉଥିଲେ।ଆଜି ପୂର୍ବାହ୍ନରେ ଜଳେଶ୍ୱରର ଷ୍ଟେସନ ସମ୍ମୁଖରେ ଅବସ୍ଥିତ ଉକ୍ତ ସାହୁ ଭେରାଇଟି ଷ୍ଟୋରର ମାଲିକ ବିଜୟ କୁମାର ସାହୁଙ୍କ ଦୋକାନରେ ଜଳେଶ୍ୱର ପୌରପାଳିକର କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂ ଓ ଖାଦ୍ୟ ସୁରକ୍ଷା ବିଭାଗର ଅଧିକାରୀ ଶଶିକାନ୍ତ ବେହେରା ପ୍ରମୁଖ ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ଚଢ଼ାଉ କରିଛନ୍ତି।ଏହି ଚଢ଼ାଉରେ ନାମୀ ଦାମୀ କମ୍ପାନୀର ବିସ୍କିଟ, କେକ୍, କ୍ଷୀର ଓ ମୃଦ୍ୟୁ ପାନୀୟ ଜଳ ଜବତ ହୋଇଛି।ଏହି ଚଢ଼ାଉ ସମୟରେ ପୋୖର କର୍ମଚାରୀ ମନୋରଞ୍ଜନ ପରିଡ଼ା,ଜୟଦେବ ଚନ୍ଦ, ଚନ୍ଦନ ଦତ୍ତ ଓ ଖାଦ୍ୟ ସୁରକ୍ଷା ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ।










































