ରାଜନଗର,୭ା୫; ରାଜନଗର ବ୍ଲକର ୩ଟି ସ୍ଥାନରେ ମକଡ୍ରିଲ କରାଯାଇଛି । ଶତୃପକ୍ଷର ଆକ୍ରମଣ ସୂଚନା ପାଇବା ମାତ୍ରେ କିପରି ନିଜକୁ ପ୍ରସ୍ତୁତ କରି ସୁରକ୍ଷିତ ସ୍ଥାନକୁ ଚାଲିଯାଇ ନିଜକୁ ସୁରକ୍ଷିତ ରଖିବେ । ଯେଉଁମାନେ ବୟସ୍କ, ଭିନ୍ନକ୍ଷମ, ଆହତ ବ୍ୟକ୍ତି ପ୍ରଭୃତିଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନ ସହ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରିବା ପାଇଁ ପରାମର୍ଶ ଦିଆଯାଇଥିଲା । ଅପରାହ୍ନ ୪ଟା ସମୟରେ ସାଇରନ ବାଜିବା ମାତ୍ରେ କିପରି ଲୋକମାନେ ବାତ୍ୟାଶ୍ରୟସ୍ଥଳକୁ ଶିଘ୍ର ଚାଲିଯିବେ ଓ ପୁନର୍ବାର ସାଇରନ ବାଜିବା ମାତ୍ରେ ଏନେଇ ପରାମର୍ଶ ଦେଇଥିଲେ । ମହିଁଷାସୁର ବାତ୍ୟାଶ୍ରୟସ୍ଥଳୀରେ କରାଯାଇଥିବା ମକଡ୍ରିଲରେ ପଚାଂୟତ ସମିତି ଅଧ୍ୟକ୍ଷା ପ୍ରତିଭା ପାତ୍ର, ବିଡିଓ ରବିନାରାୟଣ ଆଚାର୍ଯ୍ୟ, ଆଇଆଇସି ନରେଶକୁମାର ସାହୁ, ଡାକ୍ତର ରଶ୍ମିରଂଜନ ମହାନ୍ତି ଓ ଅଗ୍ନିଶମ ବାହିନୀର କର୍ମକର୍ତା ଉପସ୍ଥିତ ରହି ମକଡ୍ରିଲ କରାଇଥିଲେ । ମହିଁଷାସୁର ଗ୍ରାମବାସୀଙ୍କ ସହ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ସେହିପରି ପ୍ରସନ୍ନପୁର ବାତ୍ୟାଶ୍ରୟସ୍ଥଳୀ ନିକଟରେ ତହସିଲଦାର ଅମୀୟକେତନ ସ୍ୱାଇଁ, ସବଇନ୍ସିପେକ୍ଟର ସୈାମ୍ୟରଂଜନ ଜାଲି, ଏଏସଆଇ ଶିଶିର ସାହୁ, ଡାକ୍ତର ଆଦିତ୍ୟନାରାୟଣ ପ୍ରଧାନ, ଅଗ୍ନିଶମ କର୍ମଚାରୀଙ୍କ ସହ ସରଂପଚ ସମୀର ସେଠୀ, ଦେବେନ୍ଦ୍ର ଜେନା, ଶ୍ରୀକାନ୍ତ ପ୍ରଧାନଙ୍କ ସହିତ ପ୍ରସନ୍ନପୁର ଗ୍ରାମବାସୀ ଉପସ୍ଥିତ ଥିଲେ । ଅପରପକ୍ଷରେ ତାଳଚୁଆ ସାମୁଦ୍ରିକ ଥାନା ଅଂଚଳରେ ମକଡ୍ରିଲ କରାଯାଇଥିଲା । ଆଇଆଇସି ବିମଳକୁମାର ମଲ୍ଲିକଙ୍କ ନେତୃତ୍ୱରେ ତାଳଚୁଆ ବାତ୍ୟାଶ୍ରୟସ୍ଥଳୀ ପରିସରରେ ମକଡ୍ରିକ କରାଯାଇଥିଲା । ତାଳଚୁଆ ଏକ ସମ୍ବେଦନଶୀଳ ଅଂଚଳ ହୋଇଥିବାରୁ ମକଡ୍ରିଲ କରାଯାଇ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରାଯାଇଛି । ଉପସ୍ଥିତ ଥିବା ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଆଆଇସି ଶ୍ରୀ ମଲ୍ଲିକ ରଖିଥିଲେ । ଅପରାହ୍ନ ୪ଟା ସମୟରେ ସାଇରନ ବାଜିବା ପରେ ବଜାରଘାଟ ଶୂନ ହୋଇଯାଇଥିଲା । ଗାଡି ମଟର ଇତ୍ୟାଦି ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଲୋକମାନେ ସୁରକ୍ଷିତ ସ୍ଥାନକୁ ଯିବା ସହ ଆହତ ବ୍ୟକ୍ତିମାନଙ୍କୁ ଚିକିତ୍ସା କରାଇବା ପ୍ରଭୃତି କୈାଶଳ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସବଇନ୍ସିପେକ୍ଟର ଅନିଲକୁମାର ମହାପାତ୍ରଙ୍କ ସହ ଥାନା କର୍ମଚାରୀ, ମେଡିକାଲ କର୍ମଚାରୀଙ୍କ ସହ ସ୍ଥାନୀୟ ଲୋକେ ସାମିଲ ହୋଇଥିଲେ ।










































