କଟକ, ତା୨୦।୦୫ : ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଙ୍ଘ ପକ୍ଷରୁ ଏସସିବି ମେଡିକାଲର ଅଧିକ୍ଷକ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ଡ଼ାକ୍ତର ଗୌତମ ଶତପଥିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ଓଡିଶା ମେଡିକାଲ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ସାମଲ, କୋଷାଧକ୍ଷ ପବିତ୍ର ବେହେରା, ଯୁଗ୍ମ ସମ୍ପାଦକ ବିଜୟ କୁମାର ସାହୁ, ସଭ୍ୟ ଲଷ୍ମୀଧର ସାହୁ, କମଳକାନ୍ତ ସେନ, ଏସସିବି ମେଡିକାଲ ସଙ୍ଘର ସଭ୍ୟ ବସନ୍ତ କୁମାର ବାରିକ ପ୍ରମୁଖ ନୂତନ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ଅଧିକ୍ଷକ ଡ଼ା ଶତପଥିଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।










































