ଯାଜପୁର (ବିଭୂତି ଭୂଷଣ): ଏହା କୋଉ ଫିଲ୍ମର ଗୀତ ନୁହେଁ। ରାସ୍ତାର ଅବସ୍ଥା କିପରି ଅଛି, ସେଇଥିପାଇଁ ସତର୍କ କରିା ଦେଉଛୁ। ବରୀ ବ୍ଲକ ବିଂଝାରପୁର ଜଳସମ୍ପଦ ଅଧିନ ଖରସ୍ରୋତା ଓ ତନ୍ତୀଘାଇ ନଦୀବନ୍ଧ ଭଅଁରା ପଞ୍ଚାୟତର ରାଇପୁର ମହାପୁରୁଷଙ୍କ ନିକଟରୁ ବୋଦୁଅ ପଞ୍ଚାୟତର ରେବଲ ପର୍ଯ୍ୟନ୍ତ ନଦୀବନ୍ଧଟି ଖାଲଖମାରେ ଭର୍ତ୍ତି ହୋଇଛି । ପ୍ରାକ ମୌସୁମୀ ବର୍ଷା ହେବା ଫଳରେ ଖାଲ ଥିବା ସ୍ଥାନରେ ବର୍ଷା ପାଣି ଜମିରହିଛି କ୍ଷ ନଦୀବନ୍ଧ ମାନଙ୍କରେ ସ୍ଥାନେ ସ୍ଥାନେ ରେନ୍ କଟ ରହିଛ। ପ୍ରତ୍ୟେକ ଦିନ ଏହି ରାସ୍ତା ଉପରେ ୩ ରୁ ଉର୍ଦ୍ଧ୍ୱ ପଞ୍ଚାୟତର ଜନସାଧାରଣ ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ଯାତାୟତ କରିଥାନ୍ତି । ରାସ୍ତା ଅବସ୍ଥା ଏଭଳି ଶୋଚନୀୟ ଥିବାରୁ ଏହି ରାସ୍ତା ଉପରେ ପଥର ଗାଡି, ଚିପ୍ସସ ଗାଡି ଯାତାୟତ ଯୋଗୁ ରାସ୍ତାରେ ଖାଲଖମାରେ ପୁରି ଉଠିଛି। ଆଗକୁ ବର୍ଷା ଦିନ ଆସୁଥିବାରୁ ନଦୀକୁଳରେ ବସ ବାସ କରୁଥିବା ଲୋକମାନେ ଯାତାୟତରେ ବହୁ ଅସୁବିଧା ଭୋଗୁଥିବା ଜଣାପଡିଛି । ତୁରନ୍ତ ଏହି ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ବିନତୀ କରିଛନ୍ତି।










































