ଜଗତସିଂହପୁର -(ଅସ୍ମିତା ମହାନ୍ତି ଙ୍କ ରିପୋର୍ଟ) : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତନ ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବ୍ୟବସ୍ଥା ଉପରେ ବ୍ୟବସ୍ଥା କରିଚାଲିଛନ୍ତି l ଉଭୟ ସରକାରଙ୍କ ମିଳିତ ଉଦ୍ୟମରେ ରୋଗୀ କଲ୍ୟାଣ ସମିତି ଦ୍ୱାରା ରାଜ୍ୟର ବିଭିନ୍ନ ସହର ଓ ଗାଁ ଗୁଡିକରେ ରୋଗୀଙ୍କୁ ମାଗଣା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ସେବା ଚାଲିଛିl ପୂର୍ବ ସରକାର ଅମଳରୁ ଜଗତସିଂହପୁର ଜିଲ୍ଲା ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକ ନିକଟରେ ୧୦୮ ଆମ୍ବୁଲାନ୍ସ ସେବା ରଖାଯାଇଛି। ଦୁର୍ଘଟଣା ହେଉ କିମ୍ବା ଗର୍ଭବତୀ ମହିଳା ଙ୍କୁ ମେଡିକାଲ ପହଞ୍ଚାଇବା ହେଉ କିମ୍ବା ଗୁରୁତର ଆହତ ଥିବା ରୋଗୀଙ୍କୁ ମେଡିକାଲ ନେବା ପାଇଁ ମାଗଣାରେ ଏହି ଆମ୍ବୁଲାନ୍ସ ସେବା ସରକାର ଯୋଗାଇଛନ୍ତି l
ତେବେ ଏହି ଆମ୍ବୁଲାନ୍ସ ସେବା ଏବେ ଅତ୍ୟନ୍ତ ଅବ୍ୟବସ୍ଥା ଦେଇ ଗତି କରୁଛି। ବର୍ତମାନ ରାଜ୍ୟରେ ମୌସୁମୀ ପାଖେଇ ଆସୁଥିବା ବେଳେ ବର୍ତମାନ ଲଗୁଚାପ ଜନିତ ବର୍ଷା ଲାଗିରହିଛି | ଏଥି ମଧ୍ୟରେ ରୋଗୀଙ୍କୁ ଏରସମା ର ନାରଦିଆ ପଞ୍ଚପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରୁ ଜଗତସିଂହପୁର ମୁଖ୍ୟଚିକିତ୍ସାଳୟ କୁ ନେବା ସମୟରେ ରୋଗୀଙ୍କୁ ଏହି ଭଙ୍ଗା ଦଦରା ଆମ୍ବୁଲାନ୍ସରେ ଯିବାକୁ ପଡୁଛି l ଦର୍ଶକବନ୍ଧୁ ବର୍ତମାନ ମୌସୁମୀ ରାଜ୍ୟରେ ପହଁଚିଲାଣି ହେଲେ ଲଗୁଚାପ ଜନିତ ବର୍ଷା ଲାଗିରହିଛି ଆମ୍ବୁଲାନ୍ସ ଚାଳକ ଗାଡି ଚରାଉଛନ୍ତି ହେଲେ କେବିନ ଭିତରେ ଆଣ୍ଠୁଏ ପାଣି,ଏପଟେ ଟିକେ ନଜର ପକାନ୍ତୁ । ୧୦୮ ଆମ୍ବୁଲାନ୍ସର ଛାତ କଳଙ୍କି ଖାଇଯାଇଥିବା ବେଳେ ବର୍ଷା ରେ ରୋଗୀ ଓଦା ହୋଇକି ମେଡିକାଲ ଯାଉଛନ୍ତି l ଜିଲ୍ଲା ରେ ଅନେକ ଆମ୍ବୁଲାନ୍ସ ଅଚଳ ଅବସ୍ଥାରେ ରହିଛି, ଏମିତି ଅନେକ ସମସ୍ୟା ଥିବା ବେଳେ ବଡ଼ କଷ୍ଟରେ ରୋଗୀଙ୍କୁ ନେବାକୁ ପଢୁଛି ବୋଲି କହିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଦୀର୍ଘ ବର୍ଷ ହେଲାଣି ଅଚଳ ଏଭଳି ସମସ୍ୟା ଥିବା ଅଭିଯୋଗ କରିଛନ୍ତି କର୍ମଚାରୀ।
ଏବିଷୟରେ ଉପର ଅଧିକାରୀ ଙ୍କୁ ଜଣାଇଲେ ମଧ୍ୟ ସମସ୍ୟାର ସମାଧାନ ହେଉନି। ଯାହା ଦ୍ୱାରା କେବିନ ଭିତରେ ଜରି ଟାଣି ରୋଗୀଙ୍କୁ ନେବାକୁପଡୁଛି ବୋଲି କହିଛନ୍ତି କର୍ମଚାରୀ। ତେଣୁ ୧୦୮ ଆମ୍ବୁଲାନ୍ସ ସମସ୍ୟା ଦୂର କେବେ ହେବ ଏହା ଉପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଏବଂ ରାଜ୍ୟ ସ୍ୱାସ୍ଥ୍ୟବିଭାଗ ଙ୍କ ଦୁଷ୍ଟି ପଡୁଛି ନା ନାହିଁ ଦେଖିବାକୁ ରହିଲା l