ଭୁବନେଶ୍ୱର : ଏବେ ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଡ୍ୟାମ୍ ବାମପଟର ୧୧ ଗେଟ୍ ଖୋଲା ରହିଥିବା ବେଳେ ଡାହାଣ ପଟର ୫ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ଏବେ ହୀରାକୁଦ ଜଳସ୍ତର ୬୦୫ ଦଶମିକ ୩୯ ଫୁଟ୍ ରହିଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୧ ହଜାର ୨୫୨ କ୍ୟୁସେକ୍ ଜଳ ପ୍ରବେଶ କରୁଛି । ପ୍ରତି ସେକେଣ୍ଡରେ ୨ ଲକ୍ଷ ୬୮ ହଜାର ୪୬୯ କ୍ୟୁସେକ୍ ଜଳ ନିଷ୍କାସିତ ହେଉଚଇ । ସ୍ପିଲ୍ୱେ ପାଇଁ ଯାଉଛି ୨ ଲକ୍ଷ ୩୧ ହଜାର ୬୬୪ କ୍ୟୁସେକ୍ ପାଣି । ପାୱାର ଚ୍ୟାନେଲ ପାଇଁ ଛଡ଼ାଯାଉଛି ୩୩ ହଜାର ୫୭୦ କ୍ୟୁସେକ୍ ପାଣି । ହୀରାକୁଦରେ ୬୪ ସ୍ଲୁଇସ୍ ଓ ୩୪ କ୍ରେଷ୍ଟ ଗେଟକୁ ମିଶାଇ ୯୮ଟି ଗେଟ୍ ରହିଛି । ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଛି ।










































