ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ନ୍ୟାସଙ୍କ ମାସିକ ନ୍ୟାସର ଅଧ୍ୟକ୍ଷ ପୂଜ୍ୟ ମହନ୍ତ ନୃତ୍ୟଗୋପାଳ ଦାସଙ୍କ ଅଧ୍ୟକ୍ଷତାରେ ରବିବାର ସମ୍ପନ୍ନ ହୋଇଛି । ଏହି ଅବସରରେ କୁହାଯାଇଛି ଯେ, ଅଦ୍ୟାବଧି ମନ୍ଦିରର ନିର୍ମାଣ କାର୍ଯ୍ୟ ୯୬ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି ତଥା ଜୁନ୍ ସୁଦ୍ଧା ଅବଶିଷ୍ଟ କାର୍ଯ୍ୟ ସମ୍ପନ୍ନ ହେବ । ସପ୍ତର୍ଷି ମନ୍ଦିରରେ ମଧ୍ୟ ପ୍ରାୟ କାମ ହୋଇସାରିଛି ତଥା ଅବଶିଷ୍ଟ କାର୍ଯ୍ୟ ମଧ୍ୟ ମଇ ମାସ ସୁଦ୍ଧା ଶେଷ ହେବ । ପର୍କୋଟ୍ ର ନିର୍ମାଣ ଚାଲିଛି । ଶେଷବତାର ମନ୍ଦିରରେ ୪୦ ପ୍ରତିଶତ କାମ ହୋଇଛି । ସନ୍ଥ ତୁଳସୀ ଦାସ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ପ୍ରତିମା ସ୍ଥାପନ ହୋଇସାରିଛି ତଥା ଶ୍ରୀରାମ ନବମୀରେ ମାନସ ଜୟନ୍ତୀରେ ଲୋକାର୍ପଣ ପରେ ସେଠାରେ ଶ୍ରଦ୍ଧାଳୁ ମାନେ ଦର୍ଶନ କରିପାରିବେ । ଅବଶିଷ୍ଟ ମନ୍ଦିରରେ ଅକ୍ଷୟ ତୃତୀୟାରେ ମୂର୍ତି ସ୍ଥାପନ କରାଯିବାର ଯୋଜନା ରହିଛି ।
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ଶ୍ରୀ ମଣିରାମ ଦାସ ଛାବନିରେ ଅନୁଷ୍ଠିତ ହୋଇଛି । ସୋମବାର ସାମାଜିକ ଗଣମାଧ୍ୟମରେ ମଧ୍ୟ ଟ୍ରଷ୍ଟ ର ବୈଠକ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି ଯେ, ବୈଠକରେ ମନ୍ଦିର ସହିତ ସମ୍ବନ୍ଧିତ ଭବିଷ୍ୟତର ଯୋଜନା ଗୁଡିକ ଉପରେ ବିସ୍ତୃତ ବିଚାର ବିମର୍ଶ ହୋଇଛି । ମନ୍ଦିର ନିର୍ମାଣର ବର୍ତମାନର ସ୍ଥିତି ବାବଦରେ ସୂଚନା ପ୍ରଦାନ କରାଯାଇଛି ଏବଂ ଅବଶିଷ୍ଟ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରାଯିବା ନେଇ ସମ୍ଭାବ୍ୟ ସମୟ କୁହାଯାଇଛି ।










































