ନୂଆଦିଲ୍ଲୀ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୬ଟି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଏହା ୍ରତିରକ୍ଷା, ଆର୍ôଥକ, ଉଦ୍ୟାନ କୃଷି, ପରିବେଶ, ଶିକ୍ଷା ଓ ଖେଳ କ୍ଷେତ୍ର ସହିତ ଜଡିତ । ଏହା ବ୍ୟତୀତ ୪ଟି ଘୋଷଣା କରାଯାଇଛି । ଭାରତ-ନ୍ୟୁଜିଲାଣ୍ଡ ଏଫଟିଏ ତଥା କୌଶଳ ଏବଂ ପ୍ରଶିକ୍ଷିତ ମାନବ ସମ୍ବଳ ଗତିବିଧି ଉପରେ ଆଲୋଚନା ହେବ । ନ୍ୟୁଜିଲାଣ୍ଡ ଭାରତ-ପ୍ରଶାନ୍ତ ମହାସାଗରୀୟ ପଦକ୍ଷେ ସହିତ ଜଡିତ ଅଟେ ଏବଂ ବିପର୍ଯ୍ୟୟ ଅନୁକୂଳ ଭିତ୍ତିଭୂମି ଢାଂଚା ପାଇଁ ମେଂଟର ସଦସ୍ୟ ହୋଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିମନ୍ତ୍ରଣ କ୍ରମେ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନ ମାର୍ଚ୍ଚ ୧୬-୨୦ ଯାଏ ଭାରତ ଗସ୍ତରେ ଅଛନ୍ତି ।










































