ଜଗତସିଂହପୁର ରିପୋର୍ଟ (ଅସ୍ମିତା ମହାନ୍ତି ) : ଜନସାଧାରଣ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ ବରାଦ କରି ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ପରବର୍ତ୍ତୀ ସମୟରେ ଯୋଜନା ସବୁ କୌଣସି କାର୍ୟ୍ୟରେ ଲାଗୁ ନାହିଁ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଜଗତସିଂହପୁର ପୌରାଞ୍ଚଳ ରେ l ନିର୍ମାଣ ହୋଇଛି ଗୋଷ୍ଠୀ ଶୌଚାଳୟ
କାରଣ ଜନସାଧାରଣ କିମ୍ବା ରାସ୍ତା ବାଟରେ ଯିବା ଆସିବା କରୁଥିବା ଯାତ୍ରୀ ହେଉ ଅବା ପର୍ୟ୍ୟଟକ ମାନେ ଯେମିତି ଶୌଚ ହେବାରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତୁ ସେ ଦିଗରେ ଦୃଷ୍ଟି ରଖି ସରକାର ଟଙ୍କା ଖର୍ଚ୍ଚ କରି ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ମାଧ୍ୟମରେ ପ୍ରତେକ ଲୋକଙ୍କୁ ପାଇଖାନା ଦେବା ସହିତ ବିଭିନ୍ନ ଦାର୍ଶନିକ ସ୍ଥାନ ,ଯାତ୍ରୀ ବିଶ୍ରାମ ଗୃହ କିମ୍ବା ପର୍ୟ୍ୟଟକ ସ୍ଥଳୀ ହେଉ ଅବା ପୌରାଞ୍ଚଳର ବିଭିନ୍ନ ଜନଗହଳୀ ପୁର୍ଣ ଗୁଡ଼ିକର l ସଦର ମହକୁମା ଠାରେ ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରିଛନ୍ତି। ସେଗୁଡିକ ବ୍ୟବହାର ପରିବର୍ତ୍ତେ ମାସ ମାସ ଧରି ତାଲା ପଡ଼ି ରହିବା ସହ କୋଉଠି ଭାଙ୍ଗିଗଲାଣି ତ କୋଉଠି ଜଙ୍ଗଲ ହୋଇଗଲାଣି ଏବଂ ସେଗୁଡ଼ିକ ବ୍ୟବହାର କରାଯାଉ ନାହିଁ ।ଯାହା ଦ୍ଵାରା ଲୋକମାନେ ବାହାରେ ଖୋଲା ପଡ଼ିଆରେ ପରିସ୍ରା ଏବଂ ମଳତ୍ୟାଗ କରୁ ଛନ୍ତି ।ବାହାରେ ଅସନା ହେଉଥିବା ଯୋଗୁଁ ପରିବେଶ ପରିଚ୍ଛନ୍ନ ସଫା ସୁତୁରା ରହୁ ନାହିଁ ।ଗୋଷ୍ଠୀ ଶୌଚାଳୟ ଗୁଡିକରେ ଉଇ ହୁଙ୍କା ଲାଗିଲାଣି । ଅନ୍ୟ ପକ୍ଷରେ ସରକାର ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଗାଁ ଠୁ ସହର ସଫା ସୁତୁରା ରଖିବା ପାଇଁ ସ୍ବପ୍ନ ଦେଖୁଛନ୍ତି। ସେହି ସପ୍ନକୁ ଦାୟିତ୍ଵ ନେଇଥିବା ପୌରପରିଷଦ ର କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ମାନେ ଭାଙ୍ଗି ଚୂର୍ ମାର କରି ଦେଉଥିବା ପରିଲକ୍ଷିତ ହେଉଛି।
ତେଣୁ କରି ସରକାର ଏଥି ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।










































