ଜଗତସିଂହପୁର, ୨୬/୨ (ହିପ୍ର) : କୁଜଙ୍ଗ ଥାନା ଆଇଆଇସି ତପନ ନାହାକଙ୍କୁ ମିଳିଲା ଏ ଭଳି ଦଣ୍ଡ। ପ୍ରେମ କରି ପ୍ରତାରଣା କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଖସି ପାରିଲେନି ପୋଲିସ ବାବୁ। ମିଳିଲା ଦଣ୍ଡ। ସସ୍ପେଣ୍ଡ ହେବା ସହ । କୋର୍ଟ ଚାଲାଣ ମଧ୍ୟ କରାଯାଇଛି ପୋଲିସ ବାବୁଙ୍କୁ ।
ସୂଚନାନୁସାରେ ସୋମବାର ଜଣେ ମହିଳା ହୋମଗାର୍ଡ ଅଭିଯୋଗ ଆଣିଥିଲେ ଯେ, ନିଲମ୍ବିତ କୁଜଙ୍ଗ ଆଇଆଇସି ତପନ ନାହାକ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା କରିଛନ୍ତି । ଯାହାକୁ ନେଇ ଉକ୍ତ ମହିଳା ଜଣକ ଥାନାରେ ଏତଲା ଦେଇଥିଲେ । ପରେ ଥାନା ଅଧିକାରୀ ତପନ ନାହାକ ଖବର ପାଇ ଫେରାର ହୋଇ ଯାଇଥିଲେ। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ ଗତକାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ନିକଟରୁ ତାଙ୍କୁ ଧରି ଜଗତସିଂହପୁର ଥାନାକୁ ଆଣିଥିଲେ ।
ଜଗତସିଂହପୁର ରୁ ଅସ୍ମିତା ମହାନ୍ତି ଙ୍କ ରିପୋର୍ଟ।