ଭୁବନେଶ୍ୱର : ଜମ୍ମୁ କାଶ୍ମୀରର ପହେଲଗାଓଁରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖି କହିଛନ୍ତି ଆତଙ୍କବାଦୀଙ୍କୁ କୌଣସି ପରିସ୍ଥିତିରେ ଛଡା ଯିବ ନାହିଁ। ଆତଙ୍କବାଦୀଙ୍କ ଏଭଳି ବର୍ବରତାର କାଣ୍ଡର କ୍ଷମା ନାହିଁ। ଆତଙ୍କବାଦୀ ଲଢ଼େଇରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ସହିତ ଅଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ପହେଲଗାଓଁରେ ଆତଙ୍କବାଦୀ ଆକ୍ରମଣ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ ହେବ। କେନ୍ଦ୍ର ସରକାର କାଶ୍ମୀରରେ ଶାନ୍ତି ପ୍ରତିଷ୍ଠା କରିଥିବା ବେଳେ ଆତଙ୍କବାଦୀଙ୍କ ଏଭଳି ବର୍ବରତାର କାଣ୍ଡର କ୍ଷମା ନାହିଁ। କେନ୍ଦ୍ର ସରକାରଙ୍କ ସହିତ ଓଡ଼ିଶାର ସାଢେ ଚାରି କୋଟି ଓଡ଼ିଆ ଅଛନ୍ତି। ଆତଙ୍କବାଦୀ ଲଢ଼େଇରେ ଓଡ଼ିଶା କେନ୍ଦ୍ର ସରକାରଙ୍କ ସହିତ ଅଛି।










































