ଭୁବନେଶ୍ୱର : ଓଡିଶା ଆଗାମୀ ୨୫ ବର୍ଷ ପାଇଁ ଭାରତର ଗ୍ରୋଥ ଇଂଜିନ ହେବାକୁ ଯାଉଛି । ଆଗାମୀ ୨୦୪୭ ମସିହା ସୁଦ୍ଧା ଓଡିଶା .୫ ଟ୍ରିଲିୟନର ଅର୍ଥନୀତି ହେବ । ନୂଆଦିଲ୍ଲୀ ଠାରେ ନୀତି ଆୟୋଗର ପରିଚାଳନା ପରିଷଦର ବୈଠକରେ ଶନିବାର ଦିନ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହା କହିଛନ୍ତି । ଏହି ବୈଠକର ଅଧ୍ୟକ୍ଷତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିଲେ ।
ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ସୂଚନାରେ କୁହା ଯାଇଛି ଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ବୈଠକରେ କହିଥିଲେ ଯେ ଭାରତର ଅର୍ଥନୀତିର ବିକାଶ ହାର ବର୍ତମାନ ୬.୪ ପ୍ରତିଶତ ହାରରେ ରହିଛି । ଏହା ଅନ୍ୟ ସମସ୍ତ ବୈଶ୍ୱିକ ଅର୍ଥନୀତି ଠାରୁ ଅଧିକ । ଏହି ସମାନ ସମୟରେ ଡବଲ ଇଂଜିନ ସରକାର ଥିବା କାରଣରୁ ରାଜ୍ୟର ବିକାଶ ହାର ୭.୨ ପ୍ରତିଶତ ରହିଛି । ଗତ ୧୧ ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଂଚ ଥର ଓଡିଶା ଆସିଥିବାରୁ ମୁଁ ତାଙ୍କୁ ଧନ୍ୟବାଦ ଦେଉଛି । ଏହା ପ୍ରମାଣିତ କରୁଛି ଯେ ସେ ଓଡିଶାର ବିକାଶ ପାଇଁ କେତେ ପ୍ରତିବଦ୍ଧ ଅଛନ୍ତି ।
କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇ ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି ଯେ ?୭୩,୦୦୦ କୋଟିର ନୂଆ ରେଲୱେ ପ୍ରକଳ୍ପ ଓ ?୪,୬୦୦ କୋଟିର ଜାତୀୟ ରାଜପଥ ପ୍ରକଳ୍ପକୁ ଅନୁମୋଦନ ଦେଇଥିବା କାରଣ ରାଜ୍ୟ କେନ୍ଦ୍ର ସରକାରଙ୍କ ପ୍ରତି କୃତଜ୍ଞ। ସେ କହିଛନ୍ତି ଯେ ?୧୭,୫୦୦ କୋଟିର ଅନ୍ୟାନ୍ୟ ପ୍ରକଳ୍ପଗୁଡିକ ବି ଅନୁମୋଦନ ପାଇଁ ପ୍ରକ୍ରିୟାରେ ଅଛି। ସେ କହିଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ସରକାର ସହ ନିକଟ ସମନ୍ୱୟରେ ପ୍ରଧାନମନ୍ତ୍ରୀ ଉଷା ଯୋଜନା, ପିଏମ୍ ଶ୍ରୀ ଯୋଜନା, ମାତୃତ୍ୱ ଲାଭ ଯୋଜନା ଜାତୀୟ ଶିକ୍ଷା ନୀତି ୨୦୨୦ ଓ ଆୟୁଷ୍ମାନ୍ ଭାରତ ଯୋଜନା କୁ ସକ୍ରିୟ ଭାବେ କାର୍ଯ୍ୟାନ୍ୱିତ କରୁଛି।
ମୁଖ୍ୟମନ୍ତ୍ରୀ ମାଝି କହିଛନ୍ତି ଯେ ତାଙ୍କ ସରକାର ଆସନ୍ତା ମାସ ଜୁନ୍ରେ ତାଙ୍କର ଶାସନର ଗୋଟିଏ ବର୍ଷ ପୂରଣ କରିବାକୁ ଯାଉଛି ଏବଂ ଏହି ଗୋଟିଏ ବର୍ଷର ମଧ୍ୟରେ ‘ସମୃଦ୍ଧ ଓଡ଼ିଶା ୨୦୩୬’ ର ମୁଳଦୁଆ ପକାଯାଇଛି । ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ସବକା ସାଥ, ସବକା ବିକାସ’ ମନ୍ତ୍ର ଉପରେ ଆଧାରିତ ଗୋଟିଏ ସମୃଦ୍ଧ ଓ ଶକ୍ତିଶାଳୀ ଓଡ଼ିଶାର ଦୃଷ୍ଟିକୋଣ।
ସେ କହିଛନ୍ତି ଯେ ୨୦୩୬ ବର୍ଷ ହେଉଛି ଓଡ଼ିଶା ଗଠନର ୧୦୦ ବର୍ଷ ଏବଂ ୨୦୪୭ ହେଉଛି ଭାରତର ସ୍ୱାଧୀନତାର ଶତାବ୍ଦୀ ବର୍ଷ। “ଆମର ଭିଜନ୍ ୨୦୩୬ ଓ ୨୦୪୭ ଡକ୍ୟୁମେଣ୍ଟଗୁଡିକ ଏହି ଦୃଢ଼ ସଂକଳ୍ପର ପ୍ରତୀକ – ଯେ ଆମେ ଗୋଟିଏ ସମୃଦ୍ଧ, ବିକାଶଶୀଳ ଓ ଗର୍ବିତ ଓଡ଼ିଶା – ଗୋଟିଏ ‘ବିକାଶିତ ଓଡ଼ିଶା’ ଗଠନ କରିବାକୁ ଚାହୁଁଛୁ , ଯାହା ‘ବିକାଶିତ ଭାରତ’ ମଧ୍ୟରେ ଗର୍ବର ସହିତ ଚମକୁ । ଓଡ଼ିଶାର ଲୋକମାନେ ଏହି ଆଶା ରଖନ୍ତି ଯେ ରାଜ୍ୟର ଅର୍ଥନୀତି ୨୦୩୬ ରେ ୫୦୦ ବିଲିଅନ୍ ଡଲାର୍ ଓ ୨୦୪୭ ରେ ୧.୫ ଟ୍ରିଲିଅନ୍ ଡଲାର୍ ପର୍ଯ୍ୟନ୍ତ ପହଂଚିବ ।










































