ଟାଂଗୀ ଖୋରଧା ତା୮/୩.. (ମଞ୍ଜୁଲତା ଇନ୍ଦ୍ରଜିତ ) : ଟାଂଗୀ ଆଚଂଳିକ ବରିଷ୍ଠ ନାଗରିକ ମଂଚ ତରଫରୁ ପ୍ରଭୁଶ୍ରୀ ବଳରାମ ଦେବ ମନ୍ଦିର ଠାରେ ମଂଚ ଉପଦେଷ୍ଟା ତଥା ଶିକ୍ଷାବିତ ରମେଶ କୁମାର ବଳବନ୍ତରାୟ କଂ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।ସଂପାଦକ ବିଜୟ କୁମାର ରାଉତ କଂ ଆବାହକତ୍ୱରେ ଆଲୋଚନା ଚକ୍ର ଓ ପ୍ରତିଭା ସମ୍ମାନ ସମାରୋହ କରାଯାଇଥିଲା ।” ସମାଜରେ ମହିଳା ଅବଳା ଦୁର୍ବଳା କି ?” ଶୀର୍ଷକ ଆଲୋଚନାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଗଂରାଜ ସାହୁ,ମହେଶ୍ୱର ପ୍ରଧାନ, ଉମେଶ ପ୍ରସାଦ ଧଳ, ସାରଗଂଧର ପାଲଟା ସିଂ,ସାମ୍ୱାଦିକ ରଘୁନାଥ ସାହୁ,ଅବସରପ୍ରାପ୍ତ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ନାୟକ,ତାରା ପ୍ରସାଦ ପଟନାୟକ,ଶିକ୍ଷକ ନେତା ସନ୍ତୋଷ କୁମାର ବେହେରା,ଆଇନଜିବୀ ବିଶ୍ୱଜିତ ରାଉତରାୟ,ନକୁଳ ନାୟକ,ସାଂସଦ ପ୍ରତିନିଧି ଚିନ୍ମୟ କୁମାର ପୃଷ୍ଟି,ପ୍ରାକ୍ତନ ଛାତ୍ର ନେତା ବିଛେନ୍ଦ ଜୟ ସିଂ,ପୂର୍ବତନ ସେନାନୀ ଅଧିକାରୀ ସୁବୁଧି ,ଶିକ୍ଷୟତ୍ରୀ କୁମୁଦିନି ସାହୁ ପ୍ରମୁଖ ଭାଗନେଇ ନାରୀ ସେ କେବେ ଜନନୀ,ଭଗିନୀ,ଜାୟା ଭାବେ ଭୂମିକା ନିର୍ବାହ କରେ ତ କେବେ ପାଲଟେ ସେବିକା,ସୁରକ୍ଷାଦାତ୍ରି ସର୍ବୋତମା ।ତେଣୁ ମହିଳାକଂ ସର୍ବାଗୀଂନ ଉନ୍ନତି ବିନା ବିକଶିତ ରାଷ୍ଟ୍ର ଗଠନ ଅସମ୍ଭବ ବୋଲି ମନ୍ତବ୍ୟ ରଖିଥିଲେ ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ଜୋସ୍ନାମଣୀ ମଗଂରାଜ,ଷ୍ଟେଟ ବିଗ୍ରେଡ ସ୍କୁଲ ପ୍ରତିଷ୍ଠାତା ବିଜୟନୀ ଦାଶ,ୱାର୍ଡ ସଭ୍ୟା ପ୍ରଣତିବାଳା ସାହୁ,ଅଗଂନୱାର୍ଡୀ କର୍ମୀ ପ୍ରଭାସିନୀ ଛୋଟରାୟ,ସାମ୍ୱାଦିକା ମଂଜୁଲତା ଇନ୍ଦ୍ରଜିତ, ରୀନା ସାହୁ,ଆଇନଜିବୀ ରମାମଣୀ ଦେଇ,ସମାଜସେବୀ ପ୍ରଭାତି ଲେକାଂ,ସଫେଇ କର୍ମଚାରୀ ଅନି ନାଏକ କୁଂ ସମ୍ୱର୍ଧିତ କରାଯାଇଥିଲା ।ଏହି କାଯ୍ୟକ୍ରମକୁ ରାମଚନ୍ଦ୍ର ସାହୁ,ଦୁର୍ଗା ଚରଣ ପାତ୍ର,ଶରତ ଚନ୍ଦ୍ର ପଟନାୟକ ପ୍ରମୁଖ ପରିଚାଳନା କରିଥିଲେ ।ଉପସଭାପତି ସୁରେନ୍ଦ୍ର କୁମାର ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।










































