ତାଳଚେର, ୨୨/୧୦ ପଦ୍ର୍ୟୁଷଣ ମୟ ଆତସବାଜି ଆଗରେ ବଳି ପଡ଼ିଲା ସବୁଜ ଦୀପାବଳି ଆହ୍ୱାନ । ଦୀପାବଳିରେ କୋଟିକୋଟି ଟଙ୍କାର ବାଣ ଫୁଟିଲା, ଆଉ ପଛରେ ଛାଡ଼ିଦେଇ ଗଲା ଧୂମପୂର୍ଣ୍ଣ ବାୟୁମଣ୍ଡଳ । ସବୁଥର ପରି ଏଥର ମଧ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ର ମାର୍ଗଦର୍ଶିକାକୁ କେହି ହେଲେ ମାନିଲେ ନାହିଁ । ପୂର୍ବରୁ ଯାହା ଆଶା କରାଯାଉଥିଲା ତାଳଚେର ଅଂଚଳରେ ସେହିଭଳି ମଧ୍ୟ ଘଟଣା ଘଟିଗଲା । ଦୀପାବଳି ଏକ ଆଲୋକ ପର୍ବରେ ତାଳଚେର ଅଂଚଳରେ କୋଟି କୋଟି ଟଙ୍କାର ବାଣ ଫୁଟିବା ସହ ପ୍ରଚଣ୍ଡ ଶଦ୍ଦ ସହିତ ଅଶହ୍ୟ ବାୟୁପ୍ରଦ୍ୟୁଷଣ ଜନିତ ଜନସାଧାରଣ ଅଣନିଶ୍ୱାସୀ ହେବା ସହ କବାଟ ଝରକା ଦେଇ ଘରଭିତରେ ରହିଥିବା ଦେଖାଯାଇଥିଲା । ଚଳିତବର୍ଷ ଦୁଇଦିନ ଦାପାବଳି ପାଳନ ହେଉଥିବାରୁ ଲୋକମାନେ ଏହାକୁ ଅତି ଧୂମଧାମରେ ପାଳନ କରିଥିଲେ । ଭାରତବର୍ଷରେ ତାଳଚେର ଅଂଚଳ ଧୂଳିଧୂଆଁ ପାଇଁ ଉତ୍କଟ ବାୟୁ ପ୍ରଦ୍ୟୁଷଣରେ ଛନ୍ଦି ହୋଇପଡ଼ିଥିବା ବେଳେ ଏହି ବାଣ ଫୁଟାଇବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଗତକାଲି ପ୍ରାୟ ସନ୍ଧ୍ୟା ୬ଘଟିକା ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଲୋକମାନେ ବାଣ ଫୁଟାଇଥିବା ଦେଖିବାକୁ ମିଳିଥିଲା । ତାଳଚେର ପୋଲିସ୍ ଏଥିନେଇ କଡ଼ାକଡ଼ି ପାଟ୍ରୋଲିଙ୍ଗ କରିବା ପରିବେର୍ତ ଚୁପଚାପ ହୋଇ ବସିଥିବା -କୁହାଯାଉଛି । ଏବଂ ରାତି ୧୦ଟା ପରେ ଥାନା ପରିସର ମଧ୍ୟରେ ବ୍ୟାପକ ବାଣଫୁଟୁଥିବା ଅଭିଯୋଗ ହୋଇଛି । ମାନ୍ୟବର ସୁପ୍ରିମ କୋର୍ଟ ନିକଟରେ ରାସାୟନିକ ଯୁକ୍ତ ପ୍ରଚଣ୍ଡ ଶଦ୍ଦ କରୁଥିବା ବାଣକୁ ନାପସନ୍ଦ କରିଥିବା ବେଳେ ରାଜ୍ୟ ସରକାର ସନ୍ଧ୍ୟା ୬ଘଟିକାରୁ ୯ଟା ପର୍ଯ୍ୟନ୍ତ ହାଲୁକା ସବୁଜ ବାଣ ଫୁଟାଇବା ନେଇ ଯାହାକି ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ ନୁହେଁ (ସବୁଜ ବାଣ) ନିର୍ଦ୍ଦେଶ ଦେଇଥିଲେ । ଏବଂ ପୋଲିସକୁ ଏହି ଅନୁଯାୟୀ କାର୍ଯ୍ୟ କରିବାକୁ ଜଣାଇଥିଲେ । ଅପରପକ୍ଷେ ତାଳଚେର ଅଂଚଳକୁ ବେଆଇନ ବାଣକୁ ଜବତ କରିବା ନେଇ ତାଳଚେର ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ହାତଗଣତି କେତୋଟି ଖୁଚୁରା ବ୍ୟବାୟୀଙ୍କୁ ଧରି ବାହା ବାହା ନେଇଥିବା ବେଳେ ନାମୀଦାମୀ ଅସାଧୁ ବାଣ ବ୍ୟବସାୟୀଙ୍କ ପାଖରେ କାହିଁକି ଯେ, ପୋଲିସ୍ ପଂହଚି ପାରିଲା ନାହିଁ ତାକୁ ନେଇ ଅଂଚଳବାସୀଙ୍କ ସନ୍ଦେହ ସୃଷ୍ଟି କରିଛି । ଏହି ବାଣକୁ ଧରପଗଡ଼ କରିବା ବେଳେ ବଡ଼ ବ୍ୟବସାୟୀମାନେ ବିଭିନ୍ନ ସ୍ଥାନରେ ରଖି ଲୁଚାଛପାରେ କୋଟିକୋଟି ଟଙ୍କାର ବାଣ ବ୍ୟବସାୟ କରିଥିଲେ । ଫଳରେ ଲୋକମାନେ ଏହି ବାଣକୁ ଚଢ଼ାଦାମରେ କିଣି ସନ୍ଧ୍ୟା ୬ରୁ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ବାଣ ଫୁଟାଇଥିଲେ । ଯାହା ଫଳରେ ବାଣର ଧୂଆଁରେ ଏକ କୁହୁଡ଼ିର ବଳୟ ଭ୍ରମ ସୃଷ୍ଟି କରିଥିଲା । ବଡ଼ବଡ଼ ବ୍ୟବସାୟୀମାନେ ଏହି ବାଣକୁ ଆଜକୁ ୪ରୁ ୬ମାସ ପୂର୍ବରୁ ସରକାରଙ୍କୁ ଚକମା ଦେଇ ବିନା ଟାକ୍ସ ଓ ବିନା ଜିଏସଷ୍ଟିରେ ବାଣ ଆଣି ଏହାକୁ ବିକ୍ରିକରି ଲକ୍ଷଲକ୍ଷ ଟଙ୍କା କମାଇଥିବା ବେଳେ ସାଧାରଣ ଜନତା ଧୂଆଁବଳୟ ମଧ୍ୟରେ ଠେଲି ହୋଇଥିବା କେତେ ଯୁକ୍ତିଯୁକ୍ତ ଏହା ନିହାତି ଭାବେ ତଦନ୍ତ ସାକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।










































