ମୁନିଗୁଡା,୧୯/୧୦ ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା ଥାନା ନିକଟସ୍ଥ କୁଟ୍ରାଗଡ ଗ୍ରାମ ମଣ୍ଡପ ପରିସରରେ ଚରକ ଆୟୁର୍ବେଦିକ ବୈଦ୍ୟ ସଂଘ ତରଫରୁ ଆଜି ଆଦି ବୈଦ୍ୟ ଭଗବାନ ଶ୍ରୀ ଶ୍ରୀ ଧନୂନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ପାରମ୍ପାରିକ ରିତି ନୀତି ଅନୁସାରେ ପାଳିତ ହୋଇଯାଇଛି।ଗଙ୍ଗା ଆଵାହାନ ଧନୂନ୍ତରୀ ଧିଜ ଉତ୍ତୋଳନ ,ମୂର୍ଣ୍ଣୟ ମୂର୍ତ୍ତି,ପୂଜନ,ଘୃତା ହୃତି, ପୁଷ୍ପାଞ୍ଜଳି ଅର୍ପଣ, ଆଲୋଚନା ଚକ୍ର,ମୁଦତାସ୍ୟ ପରିଚୟପତ୍ର ପ୍ରଦାନ ଏବଂ ପ୍ରସାଦ ସେବନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ସଭାପତି ଚତୁର୍ଭୁଜ ଧାଙ୍ଗଡା ମାଝୀ, ସଂପାଦକ ପ୍ରମୋଦ ସାହୁକାର, କବିରାଜ କନ୍ଧ ପୂଜାରୀ ଵିରାଜ ପାତ୍ର, ପୁରସ୍ତମ ମାର୍ଥା କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶଗ୍ରହଣ କରିଥିଲା ବେଳେ ରାୟଗଡ଼ା ଜିଲ୍ଲାର ଶତାଧିକ ବୈଦ୍ୟ ଏଥିରେ ସମ୍ମାନୀତ ହୋଇଥିଲେ। ଶ୍ରୀଯୁକ୍ତ ସତ୍ୟ ପାତ୍ର ମୁସ୍ତ୍ରୀକ କର୍ତ୍ତା ପଦ ମଣ୍ଡଳ କରିଥିଲେ। ଗ୍ରାମର ସମସ୍ତ ଅଧିକାରୀ ସଂକୀର୍ତ୍ତନ ମଣ୍ଡଳୀ ଉତ୍ସବନୁଷ୍ଠାନରେ ସହୋଯୋଗ କରିଥିଲେ










































