ବୋଲଗଡ : ବୋଲଗଡ ବ୍ଲକ ଅନ୍ତର୍ଗତ ବାଙ୍କୋଇ ଗ୍ରାମ ସ୍ଥିତ ବାବା ତାରେଶ୍ୱର୍ ଦେବଙ୍କ ପୀଠରେ ଭାରତୀୟ ଜନତା ପାର୍ଟିର ପାଞ୍ଚଗଡ ମଣ୍ଡଳ ପକ୍ଷରୁ ଦୁଇ ଦିନ ଧରି ଚାଲିଥିବା ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଉଦଯାପିତ ହୋଇଛି । ଉଦଘାଟନୀ ଉତ୍ସବରେ ପାଞ୍ଚଗଡ ମଣ୍ଡଳର ସଭାପତି ମିଥୁନ ପାଇକରାୟଙ୍କ ଅଧ୍ୟକ୍ଷତା ଓ ଉପ ସଭାପତି ଶୁଭସ୍ମିତା ମାନନ୍ଧାତାଙ୍କ ସଂଯୋଜନାରେ ଜିଲ୍ଲା ପ୍ରଭାରୀ ପବିତ୍ର ମୋହନ ଦାସ, ଜିଲ୍ଲା ପ୍ରଭାରୀ ତଥା ମଣ୍ଡଳ ବର୍ଗ ପ୍ରଶିକ୍ଷକ ରୋଜିନା ରାଣୀ ଦାସ, ଜିଲ୍ଲା ଉପସଭାପତି ସୁଶାନ୍ତ କୁମାର ନାଥମହାପାତ୍ର ଓ ପାଞ୍ଚଗଡ ମଣ୍ଡଳ ପୂର୍ବତନ ସଭାପତି ସୁବାସ ମିଶ୍ର ଯୋଗ ଦେଇ ଥିବା ବେଳେ ଉଦଯାପନୀ ଉତ୍ସବରେ ବିଧାୟକ ପ୍ରାର୍ଥୀ ପ୍ରକାଶ ବିଜୁଳି,ଜିଲ୍ଲା ସାଧାରଣ ସମ୍ପାଦକ ମନୋଜ ନନ୍ଦ, ଜିଲ୍ଲା ଉପସଭାପତି ବାସୁଦେବ ସାହୁ,ଜିଲ୍ଲା ପ୍ରଶିକ୍ଷକ ପ୍ରଦେଶ କୁମାର ଦେବ, ମଣ୍ଡଳ ପ୍ରଶିକ୍ଷକ ଯୋଗ ଦେଇ ପ୍ରଶିକ୍ଷଣର ଉପାଦେୟତା ଉପରେ ଅବଗତ କରାଇବା ସହ ଦଳୀୟ କାର୍ଯ୍ୟକର୍ତ୍ତା କୌଣସି ଭେଦ ଭାବ ନ ରଖି ଶୃଙ୍ଖଳିତ ଓ ସଂଗଠିତ ଭାବେ କାର୍ଯ୍ୟ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମାର୍ଗଦର୍ଶନ କରିଥିଲେ। ଶେଷରେ ମହିଳା ମୋର୍ଚ୍ଚା ସଦସ୍ୟ ମମତା ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ ।










































