ମାଲକାନଗିରି, ୨୦/୦୭ (ସତ୍ୟ ନାରାୟଣ ଦାଶ): ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ବିମ୍ବାଧର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଅବକାରୀ ବିଭାଗ ତରଫରୁ ଯୋଡ଼ାଆମ୍ବ ଥାନା ଅନ୍ତର୍ଗତ ସାଦରାମ ଓ କୋଡିଗନ୍ଦୀ ଜଙ୍ଗଲରୁ ୮୪୪ କେଜି ଗଞ୍ଜେଇ ଜବତ କରାଯାଇଛି ଯାହାର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ୪୪ ହଜାର ଟଙ୍କା ହେବ। ପ୍ରକାଶ ଥାଉ କି ଉକ୍ତ ଗଞ୍ଜେଇକୁ ବାହାର ରାଜ୍ୟକୁ ଚାଲାଣ ପାଇଁ ଜଙ୍ଗଲ ଭିତରେ ଲୁଚା ଯାଇଥିଲା। ଏ ସଂକ୍ରାନ୍ତରେ ଏକ ଦାବିହିନ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି।ଏହି ଚଢ଼ାଉ ସମୟରେ ଟଙ୍କଧର ଭୋଇ ଅବକାରୀ ଉପ ଅଧିକ୍ଷକ, ସନ୍ତୋଷ କୁମାର ବଳ, ଅବକାରୀ ନିରୀକ୍ଷକ, ଅବକାରୀ ଉପ ନିରୀକ୍ଷକ ଅଶେଷ କୁମାର ନାୟକ, ରମେଶ ଚନ୍ଦ୍ର ସାହୁକାର, ଏ ଏସ ଆଇ ଜେମେସ ମାଲଖମ୍ ସାହୁ, ରାମଚନ୍ଦ୍ର ହନ୍ତାଲ, କନେଷ୍ଟବଳ ବିପୁଲ ଶେଖର ଯୋଦ୍ଧର, ଜ୍ଞାନ ରଞ୍ଜନ ସାହୁ, ଚନ୍ଦ୍ର କାନ୍ତ ନାୟକ, ସରିତା ନାୟକ, ଜୁଲି ସା ଉପସ୍ଥିତ ଥିଲେ।










































