ତାଳଚେର : ଜନସେବା ତଥା ସମାଜର କଲ୍ୟାଣ କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଥିବା ସମାଜସେବୀ ବାପି ମହାନ୍ତିଙ୍କୁ ଭାରତ ଗୈାରବ ସମ୍ମାନ -୨୦୨୫ ରେ ସମ୍ମାନିତ କରାଯାଇଛି । କଲଚରାଲ ଡେଭେଲପ୍ ଫାଉଣ୍ଡେସନ ତରଫରୁ ପୂରୀ ଜଗନ୍ନାଥ ଧାମ ସ୍ଥିତ ଅନ୍ନପୂର୍ଣ୍ଣା ଥିଏଟର ଠାରେ ନ୍ୟାସନାଲ ଆୱାର୍ଡ଼ ସେରିମନି – ୨୦୨୫ କାର୍ଯ୍ୟକ୍ରମ ପାଳନ ଅବସରରେ ଉତ୍କୃଷ୍ଠ ସେବା କାର୍ଯ୍ୟ ନିମନ୍ତେ ବାପି ମହାନ୍ତିଙ୍କୁ ଭାରତ ଗୈାରବ ସମ୍ମାନ ପ୍ରଦାନ କରାଯାଇଥିଲା । ଶ୍ରୀ ମହାନ୍ତି ନିଜର ଦକ୍ଷତା, ସୃଜନଶୀଳତା, ଦୃଢ଼ତା ପ୍ରତିପାଦନ କରି ସମାଜ ପାଇଁ ଭଲ କାର୍ଯ୍ୟ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଏଥିପାଇଁ ଶ୍ରୀ ମହାନ୍ତିଙ୍କୁ ଉକ୍ତ ସମ୍ମାନ କରାଯିବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଥିଲା । ଏହି ସାରସ୍ୱତ କାର୍ଯ୍ୟକ୍ରମରେ ଅତିଥି ଭାବେ ବାସ୍ତୁ ଏବଂ ଆଷ୍ଟ୍ରୋଲୋଜି ବିଷାରଦ ଡ. ମନ୍ମଥ ମିଶ୍ର,ସାମାଜିକ କର୍ମୀ ଷ୍ଟାଲିନ ପରିଜା,କାଲିଫର୍ଣ୍ଣିଆ ଟିଭି, ଆମେରିକା (ଗ୍ଲୋବାଲ)ଇଣ୍ଡିଆ କରେସପଣ୍ଡେଣ୍ଟ କୈାଶିକ ଘୋଷ ଚୈାଧୁରୀ, ନୃତ୍ୟଗୁରୁ ମୈାମିତା ବିଶ୍ୱାସ,ସାମାଜିକ କର୍ମୀ ସବିତା ହରିଚନ୍ଦନ ପ୍ରମୁଖ ଯୋଗ ଦେଇଥିବା ବେଳେ କଲଚରାଲ ଡେଭେଲପ୍ ଫାଉଣ୍ଡେସନର ପ୍ରତିଷ୍ଠାତା ଡ. ଉପେନ୍ଦ୍ର କୁମାର ଶର୍ମା ଓ ଅନ୍ୟାନ୍ୟ କର୍ମକର୍ତା ଉପସ୍ଥିତ ଥିଲେ ।










































