ଜଗତସିଂହପୁର ଦ୍ବାରା ବିଶ୍ୱ ଯୁବ ଦକ୍ଷତା ଦିବସ ୨୦୨୫ ପାଳନ ଆଜି ତା ୧୮.୦୭, ୨୦୨୫ ରିଖରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋମିତା ମନ୍ତ୍ରାଳୟ ଦ୍ବାରା ପରିଚାଳିତ ଜନ ଶିକ୍ଷଣ ସଂସ୍ଥାନ, ଜଗତସିଂହପୁର ପକ୍ଷରୁ ବିଶ୍ଵ ଯୁବ ଦକ୍ଷତା ଦିବସ ସାପ୍ତାହିକ ଉତ୍ସବ ପାଳନ ଅବସରରେ ବିଭିନ୍ନ ଯୁବକୈନ୍ଦ୍ରିକ ଦକ୍ଷତା ପ୍ରତିଯୋଗିକା (ପ୍ରବନ୍ଧ, ଚିତ୍ରାଅଙ୍କନ ) ଏବଂ ବିଭିନ୍ନ ଦକ୍ଷତାମୂଳକ ଚାଲିମ (ସିଲେଇ ଇ ଶିକ୍ଷା, ବିୟୁଟି ପାର୍ଲର, ହାଣ୍ଡ ଏମରୋଟାରି) ଆଦିରେ ସଂସ୍ଥାନର ହିତାଧିକାରୀ ମାନଙ୍କୁ ନେଇ ଏକ ପ୍ରତିଯୋଗିତା କରାଯାଇଥିଲା | ଏହି ପ୍ରତିଯୋଗୀତାରେ ଭାଗ ନେଇଥିବା ୧୬୦ ରୁ ଉର୍ଦ୍ଧ ହିତାଧିକାରୀଙ୍କ ମଧ୍ୟରୁ ୧୫ଜଣ ସଫଳ ପ୍ରତିଯୋଗୀଙ୍କୁ ଅଭିଜ୍ଞ ବିଚାରକ ମଣ୍ଡଳୀଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।
ଶେଷରେ ସମସ୍ତ ଉପସ୍ଥିତ ଅତିଥି ଓ କର୍ମଚାରୀ, ପ୍ରଶିକ୍ଷକ ଓ ପ୍ରଶିକ୍ଷୀକା, ମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିବା ହେତୁ ସଂସ୍ଥାନର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଧୀରେନ୍ଦ୍ର କୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମର ପରିସମାପ୍ତି କରିଥିଲେ ।