ବଡମ୍ବା(୨୩.୦୩.୨୬):-ବଡମ୍ବା ଶିକ୍ଷାମଣ୍ଡଳ ଅନ୍ତର୍ଗତ ରଗଡିପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ସାଧନ କେନ୍ଦ୍ର ସ୍ତରୀୟ ୯ମ ବୈଠକ ରଗଡ଼ିପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ସମାପନ ହୋଇଯାଇଛି l ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ସୁରସୁନ୍ଦର ଶତପଥୀଙ୍କ ମାର୍ଗଦର୍ଶନରେ ଆୟୋଜକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ମମତା ମଞ୍ଜରୀ ସ୍ୱାଇଁ ଏବଂ ଚମ୍ପେଇଦ୍ୱାର ଗଡା଼ପୋଖରୀ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ବେହେରା ଉପସ୍ଥିତ ରହି ଦୀପ ପ୍ରଜ୍ଜଳନ ସହ ଚଳିତ ବୈଠକ ଉପରେ କିଛି ସୂଚନା ପ୍ରଦାନ କରିଥିଲେ l ପରେ ପରେ ସଂଯୋଜକ ବିଗତ ୮ଟି ବୈଠକର ସମସ୍ତ ମୁଖ୍ୟଂlଶ ଗୁଡିକ ଡ୍ରଇଂ ସିଟ ମାଧ୍ୟମରେ ଅଙ୍କନ ସହ ଉପସ୍ଥାପନା ପାଇଁ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ପ୍ରଧାନଶିକ୍ଷକ ଓ ଏଫ.ଏଲ. ଏନ ଶିକ୍ଷକ,ଶିକ୍ଷୟିତ୍ରୀ ମାନଙ୍କୁ ଆଗ୍ରହ କରିଥିଲେ l ପରେ ବିଦ୍ୟାଳୟ ସମ୍ଭନ୍ଧେ ସମସ୍ତ ବିଷୟ ଚର୍ଚ୍ଚା ପରେ ଆଗାମୀ ଏପ୍ରିଲ ୨ ତାରିଖରେ ଖଡ଼ିଛୁଆଁ ଦିବସ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ସହ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ଘରେ ଘରେ ପହଞ୍ଚାଇ ୫ ରୁ ଉର୍ଧ୍ୱ ଶିଶୁବାଟିକା ଓ ୬ ରୁ ଉର୍ଧ୍ଵ ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆଗ୍ରହ କଥା ଚର୍ଚ୍ଚା ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗୋଛି,ଅମିତାରାଣୀ ବେହେରା,ରାଜା ବେହେରା,ସଂଗୀତା ବେହେରା, ଲିଜାରାଣୀ ଖଟୁଆ,ଅନ୍ୟବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସେଠୀ,ଶାନ୍ତିଲତା ଦେଇ,ଅନିତା କୁମାରୀ ନାଏକ,ଡଲି ଦେହୁରୀ,ରାଜକିଶୋର ବେହେରା,ସଞ୍ଜୁବାଳା ରାଉତ,ଅଶୋକ କୁମାର ସାହୁ ପ୍ରଭୁତି ଉପସ୍ଥିତ ଥିଲେ l ସର୍ବଶେଷରେ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ଗୋଛି ଧନ୍ୟବାଦ ଅର୍ପଣ କରିଥିଲେ l










































